Drug Smuggling: ପୂର୍ବତନ ଏୟାରହୋଷ୍ଟେସ୍ଙ୍କ ସମେତ ୨ ଗିରଫ, ଗୁଜରାଟରୁ ମୁମ୍ବାଇ ଚାଲାଣ ହେଉଥିଲା ୩୦ ଲକ୍ଷର ଡ୍ରଗ୍ସ
ଗୁଜରାଟ: ଗୁଜରାଟର ବଡୋଦରାରୁ ମୁମ୍ବାଇକୁ ପ୍ରାୟ ୩୦ ଲକ୍ଷ ଟଙ୍କାର ଡ୍ରଗ୍ସ ଚାଲାଣ କରିବା ଅଭିଯୋଗରେ ଜଣେ ପୂର୍ବତନ ଏୟାରହୋଷ୍ଟେସ୍ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ତଦନ୍ତ ବେଳେ ମହିଳାଙ୍କ ଦୀର୍ଘଦିନ ଧରି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ବଡୋଦରାରୁ ମୁମ୍ବାଇ ଅଭିମୁଖେ ନିଶାଦ୍ରବ୍ୟ ନେଇ ଯାଉଥିବା ସମୟରେ ଧରାପଡ଼ିଥିଲେ। ଜବତ ହୋଇଥିବା ଡ୍ରଗ୍ସର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ମାମଲାରେ ମହିଳାଙ୍କ ଭୂମିକା ଏବଂ ତାଙ୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ପୁଲିସ ତଦନ୍ତ କରୁଛି।
ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, ଗିରଫ ହୋଇଥିବା ପୂର୍ବତନ ଏୟାରହୋଷ୍ଟେସ୍ଙ୍କର ଡ୍ରଗ୍ସ କାରବାର ସହ ପୂର୍ବରୁ ମଧ୍ୟ ସମ୍ପର୍କ ଥିବା ତଥ୍ୟ ମିଳିଛି। ଏହି ନେଟୱର୍କରେ ଆଉ କେତେଜଣ ସାମିଲ ଅଛନ୍ତି ଏବଂ ଡ୍ରଗ୍ସ କେଉଁଠାରୁ ଆସିଥିଲା, ସେନେଇ ଅଧିକ ଖୋଳତାଡ଼ ଜାରି ରହିଛି।

