Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CBI Raid: ଦିଲ୍ଲୀରେ CBI ଅଧିକାରୀ ସାଜି ଘରେ ପଶିଥିଲେ ୮ ଜଣ, ପୁଲିସ ଜାଲରେ ଗ୍ୟାଙ୍ଗ୍‌ର ୭ ସଦସ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାନ୍ତ ବିହାରରେ CBI ଅଧିକାରୀ ସାଜି ଜଣେ ପରିବାର ଘରେ ଚଢ଼ାଉ କରିବାକୁ ଆସିଥିବା ଏକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବଲିଉଡ୍‌ ଫିଲ୍ମ ‘Special 26’ ଭଳି CBI ଅଧିକାରୀ ପରିଚୟ ଦେଇ ଘରେ ରେଡ୍‌ କରିବାକୁ ଆସିଥିବା ଅଭିଯୋଗ ହୋଇଛି।

ଘଟଣାଟି ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଘଟିଥିଲା। ପ୍ରଶାନ୍ତ ବିହାରରେ ରହୁଥିବା ପ୍ରଥମ ଅଗ୍ରୱାଲ ଘରେ ତାଙ୍କ ମା’ଙ୍କ ସହ ଥିବା ବେଳେ ପ୍ରାୟ ୮ ଜଣ ବ୍ୟକ୍ତି ଘର ବାହାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୨ ଜଣ ମହିଳା ଥିଲେ। ସେମାନେ ନିଜକୁ CBI ଅଧିକାରୀ ବୋଲି ପରିଚୟ ଦେଇ ଘରେ ତଲାସୀ ନେବା ପାଇଁ ଆସିଥିବା କହିଥିଲେ।

ଘଟଣାର ସୂଚନା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଗ୍ୟାଙ୍ଗ୍‌ର ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ କେଉଁ ଉଦ୍ଦେଶ୍ୟରେ CBI ଅଧିକାରୀ ସାଜି ଘରେ ପଶିଥିଲେ ଏବଂ ଏହି ଗ୍ୟାଙ୍ଗ୍‌ର ଅନ୍ୟ କାହା ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ