Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Telangana Crime: ଝିଅକୁ ହତ୍ୟା ପାଇଁ ପ୍ରେମିକକୁ ୧ ଲକ୍ଷ ଟଙ୍କାର ସୁପାରି ଦେଲା ବାପା, କାର୍‌ ଡିକିରୁ ମିଳିଲା ମୃତଦେହ

ତେଲେଙ୍ଗାନା: ତେଲେଙ୍ଗାନାର କରୀମନଗରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କକୁ ନେଇ ରାଗିଯାଇ ଜଣେ ବାପା ତାଙ୍କ ଝିଅକୁ ହତ୍ୟା କରିବା ପାଇଁ ତାଙ୍କ ପ୍ରେମିକଙ୍କୁ ୧ ଲକ୍ଷ ଟଙ୍କାର ସୁପାରି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ତଦନ୍ତରେ ଏହି ଘଟଣାର ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ମାମଲାରେ ଜଡ଼ିତ ଲୋକଙ୍କ ବିରୋଧରେ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ମାନସା ଓ ବିନୋଦ ପରସ୍ପରକୁ ଭଲ ପାଉଥିଲେ। ଅଗଷ୍ଟ ୧୭ରେ ଦୁହେଁ କରୀମନଗରରେ ବିନୋଦଙ୍କ ଭଡ଼ା ଘରେ ଭେଟିଥିଲେ। ମାନସା ବିନୋଦଙ୍କୁ ବିବାହ କରିବାକୁ କହିବା ପରେ ବିନୋଦ ତାଙ୍କ ବାପା ରାଜେଶମଙ୍କୁ ଫୋନ୍‌ କରି ଏ ସମ୍ପର୍କରେ ଜଣାଇଥିଲେ। ପୁଲିସର କହିବା ଅନୁସାରେ, ଏହା ପରେ ରାଜେଶମ ଝିଅର ପ୍ରେମ ସମ୍ପର୍କକୁ ନେଇ ରାଗିଯାଇଥିଲେ ଏବଂ ପରିବାରର ବଦନାମ ହେଉଥିବା ଦର୍ଶାଇ ବିନୋଦଙ୍କୁ ମାନସାଙ୍କୁ ହତ୍ୟା କରିବାକୁ କହିଥିଲେ। ଅଭିଯୋଗ ଅନୁସାରେ, ଏହା ପାଇଁ ୧ ଲକ୍ଷ ଟଙ୍କା ଦେବାକୁ ମଧ୍ୟ କୁହାଯାଇଥିଲା।

ପୁଲିସ ଅନୁଯାୟୀ, ବିନୋଦ ମାନସାଙ୍କୁ ଗଳା ଚିପି ହତ୍ୟା କରିବା ପରେ ମୃତଦେହକୁ ଏକ କାର୍‌ର ଡିକିରେ ରଖି ଏଲକାଥୁର୍ଥି ନେଇଥିଲେ। ଅଗଷ୍ଟ ୨୦ରେ କାର୍‌ ନିକଟରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏଲକାଥୁର୍ଥି ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ର ଡିକି ଖୋଲିବା ପରେ ମାନସାଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ୱାରଙ୍ଗଲର MGM ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାର ସମସ୍ତ ଦିଗକୁ ପୁଲିସ ଯାଞ୍ଚ କରୁଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ