Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ocean Winner: ୧୦୦ ଘଣ୍ଟା ପରେ ମିଳିଲା ଲାଇଫ୍ ବୋଟ, ନାବିକଙ୍କ ଏଯାଏଁ ମିଳୁନି ପତ୍ତା

ନୂଆଦିଲ୍ଲୀ: ମଝି ସମୁଦ୍ରରେ ନିଖୋଜ ହୋଇଥିବା ‘ଓସେନ୍ ୱିନର୍‌’ ଜାହାଜକୁ ନେଇ ଚିନ୍ତା ବଢ଼ିଛି। ପ୍ରାୟ ୧୦୦ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜର ଏକ ଲାଇଫ୍ ବୋଟ ଠାବ କରିଛି। ତେବେ ଲାଇଫ୍ ବୋଟ ଭିତରେ କୌଣସି ନାବିକ ନଥିବାରୁ ଘଟଣା ଆହୁରି ରହସ୍ୟମୟ ହୋଇଛି।

ଏହି ଘଟଣା ପରେ ନିଖୋଜ ଜାହାଜରେ ଥିବା ଅନ୍ୟ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଜାହାଜରେ ଥିବା ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ପୂର୍ବରୁ ୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କର ଏଯାଏଁ କୌଣସି ସନ୍ଧାନ ମିଳିନାହିଁ।

ନିଖୋଜ ନାବିକଙ୍କୁ ଖୋଜିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ‘ବିଜିତ’, ‘ବିଶ୍ୱସ୍ତ’ ଓ ‘ବରାଦ’ ଜାହାଜ ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଛନ୍ତି। ଏଥିସହିତ ଚୀନ୍‌ର ୨ଟି ଜାହାଜ ମଧ୍ୟ ତଲାସୀ ଅଭିଯାନରେ ଯୋଗ ଦେଇଛି। ଆକାଶପଥରୁ ମଧ୍ୟ ନଜର ରଖାଯାଉଛି।

ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ନିଅର୍ ବିମାନ ଏବଂ ଭାରତୀୟ ନୌସେନାର P-8 ମେରିଟାଇମ୍ ପାଟ୍ରୋଲ୍ ବିମାନ ମଧ୍ୟ ଏହି ଅଭିଯାନରେ ନିୟୋଜିତ ଅଛି। ସମୁଦ୍ରର ବିସ୍ତୃତ ଅଞ୍ଚଳରେ ମିଳିତ ତଲାସୀ ଜାରି ରହିଥିବା ବେଳେ ନିଖୋଜ ଜାହାଜ ଓ ନାବିକଙ୍କ ସନ୍ଧାନକୁ ଆହୁରି ଜୋରଦାର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ