Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Fire Brigade Controversy: BJP ବିଧାୟକଙ୍କ Innova ଧୋଇବାକୁ ବ୍ୟବହାର ହେଲା Fire Brigade! ଭାଇରାଲ୍ ଭିଡିଓକୁ ନେଇ ବଢ଼ିଲା ବିବାଦ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସିଙ୍ଗରୌଲିର BJP ବିଧାୟକ ରାମନିବାସ ଶାହଙ୍କ ସରକାରୀ ବାସଭବନ ବାହାରେ ଏକ Fire Brigade ଗାଡ଼ିରେ ତାଙ୍କ Toyota Innova ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଛି। ଭାଇରାଲ୍ ଭିଡିଓରେ ମ୍ୟୁନିସିପାଲ କର୍ପୋରେସନର କିଛି କର୍ମଚାରୀ Fire Brigadeର ପାଇପ୍‌ ଯୋଗେ ଗାଡ଼ି ଉପରେ ପାଣି ପକାଉଥିବା ଦେଖାଯାଉଛି। ଏହାକୁ ନେଇ ସରକାରୀ ସମ୍ବଳ ବ୍ୟକ୍ତିଗତ କାମରେ ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି।

ଘଟଣାକୁ ନେଇ ବିରୋଧୀ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରିଛି। ମଧ୍ୟପ୍ରଦେଶ ବିରୋଧୀ ଦଳ ନେତା ଉମଙ୍ଗ ସିଂଘାର ଅଭିଯୋଗ କରିଛନ୍ତି ଯେ, ସାଧାରଣ ଲୋକଙ୍କ ଘରେ ଅଗ୍ନିକାଣ୍ଡ ଘଟିଲେ Fire Brigade ପହଞ୍ଚିବାରେ ବିଳମ୍ବ ହୁଏ, କିନ୍ତୁ ଏଠାରେ ଏହାକୁ ବିଧାୟକଙ୍କ ବ୍ୟକ୍ତିଗତ ଗାଡ଼ି ଧୋଇବାରେ ବ୍ୟବହାର କରାଯାଇଛି। ଅନ୍ୟପଟେ, ସିଙ୍ଗରୌଲି ମ୍ୟୁନିସିପାଲ କର୍ପୋରେସନ କମିଶନର ସବିତା ପ୍ରଧାନ ଘଟଣା ସମ୍ପର୍କରେ ତାଙ୍କୁ ଜଣାନଥିବା କହିଛନ୍ତି।

ଭାଇରାଲ୍ ଭିଡିଓ ସମ୍ପର୍କରେ ବିଧାୟକ ରାମନିବାସ ଶାହ କହିଛନ୍ତି ଯେ, ଘଟଣା ସମୟରେ ସେ ଘରେ ଉପସ୍ଥିତ ନଥିଲେ। ସେ ଡ୍ରାଇଭରଙ୍କୁ ଗାଡ଼ି ଶୀଘ୍ର ଆଣିବାକୁ କହିଥିଲେ ବୋଲି କହିବା ସହ Fire Brigade କିଏ ଡାକିଥିଲା ଏବଂ କାହିଁକି ଆସିଥିଲା, ତାହା ମ୍ୟୁନିସିପାଲ କର୍ପୋରେସନ କିମ୍ବା ଡ୍ରାଇଭରଙ୍କଠାରୁ ଜଣାଯିବ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ସେଠାରେ ପାଣି ଯୋଗାଣ ସମସ୍ୟା ଥିବାରୁ ମ୍ୟୁନିସିପାଲ କର୍ପୋରେସନର ଗାଡ଼ି ଆସିଥାଇପାରେ। ତେବେ Fire Brigadeକୁ ବ୍ୟକ୍ତିଗତ ଗାଡ଼ି ଧୋଇବାରେ ବ୍ୟବହାର କରାଯାଇଥିଲା କି ନାହିଁ, ତାହାର ସ୍ପଷ୍ଟତା ତଦନ୍ତ ପରେ ହିଁ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories