Toxic: ରିଲିଜ୍ ପୂର୍ବରୁ ୟଶଙ୍କ ଫିଲ୍ମକୁ କୋର୍ଟଙ୍କ ସୁରକ୍ଷା, ମିଛ ଓ ମାନହାନିକର ଖବର ପ୍ରକାଶ ଉପରେ ରୋକ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଅଦାଲତ ଅଭିନେତା ୟଶଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic’କୁ ବିଶ୍ୱବ୍ୟାପୀ ରିଲିଜ୍ ପୂର୍ବରୁ ଆଇନଗତ ସୁରକ୍ଷା ଦେଇଛନ୍ତି। ଫିଲ୍ମ ସମ୍ପର୍କରେ ମିଛ, ଭ୍ରମାତ୍ମକ କିମ୍ବା ମାନହାନିକର ତଥ୍ୟ ପ୍ରକାଶ ଓ ପ୍ରସାରଣ ନକରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଫିଲ୍ମର ପ୍ରଯୋଜନା ସଂସ୍ଥା KVN Productions ପକ୍ଷରୁ ଅଦାଲତଙ୍କ ନିକଟରେ ଆଇନଗତ ସୁରକ୍ଷା ମଗାଯାଇଥିଲା। ଫିଲ୍ମ ବିରୋଧରେ କ୍ଷତିକାରକ ରିପୋର୍ଟ ପ୍ରକାଶ ପାଇବାର ଆଶଙ୍କା ଦର୍ଶାଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା।
ଅଦାଲତଙ୍କ ଏହି ଆଦେଶ ପରେ ‘Toxic’କୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି। ଫିଲ୍ମର ରିଲିଜ୍ ପୂର୍ବରୁ ଏଭଳି ଆଇନଗତ ପଦକ୍ଷେପ ନିଆଯିବା ଏବେ ଚଳଚ୍ଚିତ୍ର ଜଗତରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି।

