Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Salman-Nayanthara Film: ଫିଲ୍ମରେ ଦୁଇ ନୂଆ ଚେହେରାଙ୍କ ଏଣ୍ଟ୍ରି, ସଲମାନ-ନୟନତାରାଙ୍କ ସହ ଆସିବେ ନଜର; ୨୦୨୭ ଇଦ୍‌ରେ ରିଲିଜ୍!

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍ ଏବଂ ସାଉଥ୍ ସୁପରଷ୍ଟାର୍ ନୟନତାରାଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ବଢ଼ିବାରେ ଲାଗିଛି। ଫିଲ୍ମର କାଷ୍ଟିଂ ଓ କାହାଣୀକୁ ନେଇ ଏବେଠାରୁ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଆଉ ଦୁଇ ଜଣ ନୂଆ କଳାକାର ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଅନଟାଇଟଲ୍ଡ ଫିଲ୍ମକୁ ଅସ୍ଥାୟୀ ଭାବେ ‘SVC 63’ ନାମରେ ଜଣାଯାଉଛି। ଫିଲ୍ମର ନିର୍ଦ୍ଦେଶନା ଭାମ୍ସି ପୈଡିପଲ୍ଲୀ ଦେଉଥିବା ବେଳେ ଦିଲ୍ ରାଜୁ ଏହାର ପ୍ରଯୋଜନା କରୁଛନ୍ତି। ୨୦୨୭ ଇଦ୍‌ରେ ଫିଲ୍ମଟି ରିଲିଜ୍ ହେବା ନେଇ ଯୋଜନା ରହିଛି।

ମିଳିଥିବା ସୂଚନା ଅନୁସାରେ, ‘ସ୍ପେଶାଲ୍ ଅପ୍ସ’ ଫେମ୍ ମୁଜାମିଲ୍ ଇବ୍ରାହିମ୍ ଏହି ପ୍ରୋଜେକ୍ଟରେ ସାମିଲ ହୋଇଛନ୍ତି ଏବଂ ସୁଟିଂ ମଧ୍ୟ ଆରମ୍ଭ କରିସାରିଛନ୍ତି। ତେବେ ଫିଲ୍ମରେ ତାଙ୍କ ଭୂମିକା କ’ଣ ରହିବ, ସେନେଇ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସଲମାନ ଖାନ୍‌ଙ୍କ ସହ କାମ କରିବା ତାଙ୍କ କ୍ୟାରିୟରର ଏକ ବଡ଼ ମୁହୂର୍ତ୍ତ ବୋଲି ମୁଜାମିଲ୍ କହିଥିବା ଜଣାପଡ଼ିଛି। ସେହିପରି ‘ଚକ୍ ଦେ! ଇଣ୍ଡିଆ’ ଫେମ୍ ସାଗରିକା ଘାଟଗେ ମଧ୍ୟ ଫିଲ୍ମର କାଷ୍ଟରେ ସାମିଲ ହୋଇଥିବା ଖବର ରହିଛି। ସେ ମୁମ୍ବାଇ ସୁଟିଂ ସ୍କେଡ୍ୟୁଲରେ ଯୋଗ ଦେଇଥିବା କୁହାଯାଉଛି। ତେବେ ଉଭୟ କଳାକାରଙ୍କ ଚରିତ୍ରକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ।

ଅନ୍ୟପଟେ, ଫିଲ୍ମର ଅନ୍ୟାନ୍ୟ କାଷ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଜ୍ୟାକି ଶ୍ରଫ୍ ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ ନାହିଁ ବୋଲି କିଛି ରିପୋର୍ଟରେ ଦାବି କରାଯାଇଛି। ନେଗେଟିଭ୍ ରୋଲ୍ ପାଇଁ ରାହୁଲ ଦେବଙ୍କ ସମେତ ଅନ୍ୟ କଳାକାରଙ୍କୁ ନିଆଯାଇଥିବା ଚର୍ଚ୍ଚା ହେଉଛି। ଏହାସହ ଫିଲ୍ମର ଟାଇଟଲ୍ ‘Monster’ ହୋଇପାରେ ବୋଲି ମଧ୍ୟ ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଏସବୁ ଖବର ଉପରେ ମେକର୍ସଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ସଲମାନ ଓ ନୟନତାରାଙ୍କ ପ୍ରଥମ ସ୍କ୍ରିନ୍ କୋଲାବରେସନ୍ ହୋଇଥିବାରୁ ଫିଲ୍ମର ଫାର୍ଷ୍ଟ ଲୁକ୍, ଟାଇଟଲ୍ ଏବଂ ସମ୍ପୂର୍ଣ୍ଣ କାଷ୍ଟର ଅଫିସିଆଲ୍ ଘୋଷଣାକୁ ନେଇ ଫ୍ୟାନ୍ସଙ୍କ ଅପେକ୍ଷା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories