Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Agra Crime: କାଗଜରେ ମୃତ, ୧୩ ବର୍ଷ ପରେ ସ୍କୁଟରରେ ଜୀବିତ ଧରାପଡ଼ିଲେ ଅଭିଯୁକ୍ତ!

ଆଗ୍ରା: କାଗଜପତ୍ରରେ ୧୩ ବର୍ଷ ଧରି ମୃତ ବୋଲି ଦର୍ଶାଯାଇଥିଲେ, ହେଲେ ହଠାତ୍‌ ସ୍କୁଟରରେ ଜୀବିତ ଥିବା ନଜରକୁ ଆସିଲେ ଜଣେ ବ୍ୟକ୍ତି। ଆଗ୍ରାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଠକେଇ ମାମଲାର ଅଭିଯୁକ୍ତ ତାରାଚନ୍ଦ ଶର୍ମାଙ୍କୁ ଜାଲି ଦସ୍ତାବିଜ ଜରିଆରେ ମୃତ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଜଣେ ଅଭିଯୋଗକାରୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି।

ସୂଚନା ଅନୁସାରେ, ତାରାଚନ୍ଦଙ୍କୁ ଦୀର୍ଘ ୧୩ ବର୍ଷ ଧରି ସରକାରୀ କାଗଜପତ୍ରରେ ମୃତ ବୋଲି ଦର୍ଶାଯାଇଥିଲା। ଏହାରି ମଧ୍ୟରେ ସେ ଜୀବିତ ଥିବା ନେଇ ଏକ ଫଟୋ ସାମ୍ନାକୁ ଆସିଥିଲା। ଫଟୋରେ ତାଙ୍କୁ ସ୍କୁଟରରେ ଯାଉଥିବା ଦେଖାଯାଇଥିଲା। ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଥିଲା। ମାମଲା ଗୁରୁତର ରୂପ ନେବା ପରେ ସେ ସୋମବାର କୋର୍ଟରେ ଆତ୍ମସମର୍ପଣ କରିଥିଲେ।

କୋର୍ଟରେ ଆତ୍ମସମର୍ପଣ ପରେ ତାରାଚନ୍ଦ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ଜେଲ୍‌ ପଠାଇଦେଇଛନ୍ତି। ଜାଲି ଦସ୍ତାବିଜ ଜରିଆରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇବା ଘଟଣାକୁ ନେଇ ଏବେ ତଦନ୍ତ ଆଗକୁ ବଢ଼ୁଛି। ଏହି ମାମଲାରେ ଆହୁରି କେଉଁମାନେ ସାମିଲ ଅଛନ୍ତି ଏବଂ କିପରି ଏତେ ବର୍ଷ ଧରି ସରକାରୀ ରେକର୍ଡରେ ସେ ମୃତ ରହିଥିଲେ, ତାହା ତଦନ୍ତରୁ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories