Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nabarangpur News: School ପରିସରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଏକ ହାଇସ୍କୁଲରେ ନବମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଷଷ୍ଠ ପିରିୟଡ୍‌ରେ ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀ ଜଣକ ଶୌଚାଳୟକୁ ନଯାଇ ସ୍କୁଲ ପାଚେରୀ ନିକଟକୁ ଯାଇଥିଲେ। ଏହି ସମୟରେ ସେହି ଗାଁର ଜଣେ ଯୁବକ ପାଚେରୀ ଡେଇଁ ସ୍କୁଲ ପରିସରକୁ ପଶିଥିବା ଏବଂ ଛାତ୍ରୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥିସହ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଘଟଣା ପରେ ଭୟଭୀତ ହୋଇ ଛାତ୍ରୀ ଜଣକ କ୍ଲାସରୁମ୍‌କୁ ଫେରି ଶିକ୍ଷକଙ୍କୁ ସବୁକିଛି ଜଣାଇଥିଲେ। ପରେ ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଡାକି ଘଟଣା ବିଷୟରେ ଜଣାଇଥିଲେ। ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ କରିଛି। ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଘଟଣାର ସତ୍ୟତା ଯାଞ୍ଚ ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍କୁଲରେ ଲାଗିଥିବା ସିସିଟିଭି ଦୃଶ୍ୟ, ଫୋନ୍‌ ଯୋଗାଯୋଗର ବିବରଣୀ ଏବଂ ମୋବାଇଲ୍‌ର ଅବସ୍ଥାନ ଯାଞ୍ଚ କରାଯାଉଛି। ତଦନ୍ତ ଜାରି ରହିଥିବା ବେଳେ ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ