Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Deepti Sharma: ଇତିହାସ ରଚିଲେ ଦୀପ୍ତି ଶର୍ମା, Women’s T20Iରେ ସର୍ବାଧିକ ୱିକେଟ୍ ନେଇ ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା Women’s T20Iରେ ନୂଆ ଇତିହାସ ରଚିଛନ୍ତି। ଦୁବାଇରେ ଥାଇଲାଣ୍ଡ ବିପକ୍ଷରେ ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରି ଦୀପ୍ତି ମହିଳା T20I କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି। ଏହି ମ୍ୟାଚ୍‌ରେ ସେ ମାତ୍ର ୧.୧ ଓଭର ବୋଲିଂ କରି ୩ଟି ୱିକେଟ୍ ନେବା ସହ ଗୋଟିଏ ରନ୍‌ ମଧ୍ୟ ଦେଇନଥିଲେ।

ଥାଇଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଦୀପ୍ତି ଏବଂ ଥାଇଲାଣ୍ଡର ଥିପାଚା ପୁଥାୱଙ୍ଗଙ୍କ ନାମରେ ୧୬୮ ୱିକେଟ୍‌ ଲେଖା ଥିଲା। ତେବେ ଏହି ମ୍ୟାଚ୍‌ରେ ୩ଟି ୱିକେଟ୍‌ ନେଇ ଦୀପ୍ତି ମୋଟ ୧୭୧ ୱିକେଟ୍‌ରେ ପହଞ୍ଚିଛନ୍ତି ଏବଂ ରେକର୍ଡ ତାଲିକାର ଶୀର୍ଷରେ ଏକାକୀ ସ୍ଥାନ ହାସଲ କରିଛନ୍ତି। ଏହା ସହିତ ସେ ନିଜର ୧୫୦ତମ T20I ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ମ୍ୟାଚ୍‌ ପରେ ଦୀପ୍ତି କହିଥିଲେ ଯେ, ସେ ରେକର୍ଡ ବିଷୟରେ ଅଧିକ ଚିନ୍ତା ନକରି ନିଜ ପ୍ରଦର୍ଶନକୁ ଉନ୍ନତ କରିବା ଏବଂ ଦଳ ପାଇଁ ଯୋଗଦାନ ଦେବା ଉପରେ ସବୁବେଳେ ଧ୍ୟାନ ଦେଇଥାନ୍ତି ।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ୍‌ ହରାଇ ୧୫୯ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ଥାଇଲାଣ୍ଡ ମାତ୍ର ୬୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଦୀପ୍ତି ନବମ ଓଭରରେ ବୋଲିଂ କରିବାକୁ ଆସି ପ୍ରଥମ ଓଭରରେ ଦୁଇଟି ୱିକେଟ୍‌ ନେଇଥିଲେ। ପରେ ପୁଣି ବୋଲିଂ କରି ନନ୍ନାପାଟ୍ କୋନଚାରୋଏନକାଇଙ୍କୁ ଆଉଟ୍‌ କରି ନିଜର ୧୭୧ତମ ୱିକେଟ୍‌ ପୂରଣ କରିଥିଲେ। ତାଙ୍କ ଏହି ଅସାଧାରଣ ବୋଲିଂ ଭାରତକୁ ୯୪ ରନ୍‌ର ବଡ଼ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories