Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Pakistan Cricket: PCB ଖୋଜୁଛି ନୂଆ ଫିଲ୍ଡିଂ କୋଚ୍‌, LinkedInରେ ଦେଲା ନିଯୁକ୍ତି ବିଜ୍ଞପ୍ତି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଫିଲ୍ଡିଂକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏବେ ନୂଆ ଫିଲ୍ଡିଂ କୋଚ୍‌ ଖୋଜୁଛି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (PCB)। ଏଥିପାଇଁ PCB LinkedInରେ ନିଯୁକ୍ତି ବିଜ୍ଞପ୍ତି ଦେଇଛି। ପୂର୍ବତନ ଫିଲ୍ଡିଂ କୋଚ୍‌ ଶେନ୍‌ ମ୍ୟାକଡର୍ମଟ୍‌ ପଦ ଛାଡ଼ିବା ପରଠାରୁ ଏହି ପଦ ଖାଲି ରହିଛି। ତେବେ ତାଙ୍କ ପଦତ୍ୟାଗର କାରଣ ନେଇ ମ୍ୟାକଡର୍ମଟ୍‌ କିମ୍ବା PCB ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ।

ପାକିସ୍ତାନ ଦଳର ଫିଲ୍ଡିଂ ଦୁର୍ବଳତା ଦୀର୍ଘଦିନରୁ ଚର୍ଚ୍ଚାରେ ରହିଛି। ୨୦୨୧ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ହସନ୍‌ ଅଲି ମ୍ୟାଥ୍ୟୁ ୱେଡ୍‌ଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଏହା ପରେ ୱେଡ୍‌ ଲଗାତାର ୩ଟି ଛକା ମାରି ଅଷ୍ଟ୍ରେଲିଆକୁ ବିଜୟ ଦେଇଥିଲେ। ଏଭଳି ଫିଲ୍ଡିଂ ଭୁଲ୍‌ ପାଇଁ ବଡ଼ ମ୍ୟାଚ୍‌ରେ ପାକିସ୍ତାନକୁ କ୍ଷତି ସହିବାକୁ ପଡ଼ିଛି।

PCBର ବିଜ୍ଞପ୍ତି ଅନୁସାରେ, ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନକାରୀଙ୍କର ଅତିକମ୍‌ରେ ୫ ବର୍ଷର କୋଚିଂ ଅଭିଜ୍ଞତା ଏବଂ ଲେଭଲ୍‌-୨ କ୍ରିକେଟ୍‌ କୋଚିଂ ସାର୍ଟିଫିକେଟ୍‌ ରହିବା ଆବଶ୍ୟକ। ଜାତୀୟ ଦଳ, ଫ୍ରାଞ୍ଚାଇଜ୍‌ ଟିମ୍‌ କିମ୍ବା ଅନ୍ତର୍ଜାତୀୟ ଖେଳାଳିଙ୍କ ସହ କାମ କରିଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ମିଳିବ। ମ୍ୟାଚ୍‌ ପରିସ୍ଥିତି ବୁଝି ଖେଳାଳିଙ୍କ ଦକ୍ଷତା ବଢ଼ାଇବା ସହ ଆଧୁନିକ ଫିଲ୍ଡିଂ ପ୍ରଣାଳୀରେ ଦଳକୁ ଉନ୍ନତ କରିପାରୁଥିବା କୋଚ୍‌ଙ୍କୁ PCB ଚାହୁଁଛି। ଏହି ପଦ ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୯ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories