Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ଲକ୍ଷ ଟଙ୍କା ଠକେଇ ମାମଲାରେ ପାରଳା ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ

ପାରଳାଖେମୁଣ୍ଡି:(ଗରୁଡ଼ ଧ୍ଵଜ ଚୌଧୁରୀ)୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ଜାଲୁମୁରୁ ଥାନା ଅନ୍ତର୍ଗତ ଜଗନ୍ନାଥପୁରମ ଗ୍ରାମର କେଲି ଉଦୟ କୁମାର (୩୫)। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ପୁନ୍ନା ମୋହନ ରାଓଙ୍କ ସହ ଉଦୟଙ୍କ ପୂର୍ବରୁ ପରିଚୟ ଥିଲା। ଏହାର ସୁଯୋଗ ନେଇ ଉଦୟ ନିଜ ଘର ନିର୍ମାଣ ପାଇଁ ମୋହନଙ୍କୁ ୧୬ ଲକ୍ଷ ଟଙ୍କା ଧାର ମାଗିବା ସହ ୧୫ ପ୍ରତିଶତ ସୁଧ ସହ ମୂଳ ଟଙ୍କା ଫେରସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୋହନ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ଟଙ୍କା ସଂଗ୍ରହ କରି ଉଦୟଙ୍କୁ ଦେଇଥିଲେ। ଏ ନେଇ ୨୦୨୫ ଜୁନ୍‌ ୨୪ ଓ ୩୦ ତାରିଖରେ ପାରଳାଖେମୁଣ୍ଡି ନୋଟାରୀଙ୍କ ସମ୍ମୁଖରେ ଦୁଇଟି ଚୁକ୍ତିପତ୍ର ହେବା ସହ ଉଦୟ ଦୁଇଟି ଚେକ୍ ପ୍ରଦାନ କରିଥିଲେ। ତେବେ ମୋହନ ବ୍ୟାଙ୍କରେ ଚେକ୍ ଜମା କରିବା ପରେ ଉଦୟଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଚେକ୍‌ ଦ୍ୱୟ ବାଉନ୍ସ ହୋଇଯାଇଥିଲା। ଏହା ପରେ ମୋହନ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ଉଦୟ ଟଙ୍କା ନ ଦେଇ ଫେରାର ହୋଇଯିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ. ଏ ନେଇ ପାରଳାଖେମୁଣ୍ଡି ଥାନାରେ କେସ୍‌ ନଂ ୦୫/୨୦୨୬ ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଟିମ୍ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ଆବଶ୍ୟକୀୟ ଦସ୍ତାବିଜ ଜବତ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିବା ପରେ ପୋଲିସ ଉଦୟଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories