ସିୟୁଟିଏମ ତରଫରୁ ଗଜପତି ଜିଲ୍ଲାରେ ‘ମିନି କୃଷି ମେଳା’ ଅନୁଷ୍ଠିତ
ସିୟୁଟିଏମ ତରଫରୁ ଗଜପତି ଜିଲ୍ଲାରେ ‘ମିନି କୃଷି ମେଳା’ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୧/୯(ଗରୁଡ଼ ଧ୍ଵଜ ଚୌଧୁରୀ) ସ୍ଥାୟୀ ଜ୍ଞାନକୌଶଳ ଓ ଆଧୁନିକ ଚାଷ ପ୍ରଣାଳୀ ଆପଣାଇବାକୁ ଚାଷୀଙ୍କୁ ବ୍ୟାପକ ଆହ୍ୱାନ ଦେଇ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାରଧାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସିୟୁଟିଏମ ଦ୍ଵାରା ‘ମିନି କୃଷି ମେଳା’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି. ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM) ର ଏମ୍. ଏସ୍. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟର ଚତୁର୍ଥ ବର୍ଷର କୃଷି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ରାୱେ’ କାର୍ଯ୍ୟକ୍ରମ ଅଧୀନରେ ଏହି ବିଶେଷ ପ୍ରଦର୍ଶନୀ ଓ କୃଷକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଗ୍ରାମୀଣ ଚାଷୀ, କୃଷି ବିଜ୍ଞାନୀ, ସରକାରୀ ପ୍ରଶାସନିକ ଅଧିକାରୀ ଏବଂ କୃଷି ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ସୃଷ୍ଟି କରି ଆଧୁନିକ ଉନ୍ନତ ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକ କୃଷି ପ୍ରଣାଳୀର ବ୍ୟାପକ ପ୍ରଚାର ପ୍ରସାର କରିବା।

