Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ପୋଲିସ ପକ୍ଷରୁ ୪୩ ଟି ଜରି ବ୍ୟାଗରେ ଭର୍ତ୍ତି ଥିବା ୧ ହଜାର ୭୫ କେଜି ଚୋରା ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଥାନା ପୋଲିସ ପକ୍ଷରୁ ଗୁଲୁବା ଗ୍ରାମ ପଞ୍ଚାୟତର ଗାଲିମେରା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୧ ହଜାର ୭୫ କେଜି ଗଞ୍ଜେଇ କୁ ଧ ଜବତ କରିବାରେ ସଫଳ ହୋଇଛି ।
ଗତ କାଲି ସନ୍ଧ୍ୟାରେ ଅଡବା ଥାନାର ଏକ ପୋଲିସ ଦଳ ରାସପେଟ, ଗାଲିମେରା ଏବଂ ନିକଟସ୍ଥ ଅଞ୍ଚଳ ଅଭିମୁଖେ ପାଟ୍ରଲିଂ/ଗଞ୍ଜେଇ ଚଢାଉ ଡ୍ୟୁଟି କରୁଥିବା ସମୟରେ, ଗାଲିମେରା ନିକଟସ୍ଥ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ସନ୍ଦିଗ୍ଧ ଗଞ୍ଜା ଥିବା ୪୩ ଟି ପ୍ଲାଷ୍ଟିକ୍ ଜେରି ବ୍ୟାଗ ଚିହ୍ନଟ କରିଥିଲେ। ପରେ ଏହି ସୂଚନା ବରିଷ୍ଠ ଅଧିକାରୀ ମାନଙ୍କୁ ଦିଆଯାଇଥିଲା ଏବଂ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କୁ ଘଟଣା ତ ସ୍ଥଳକୁ ପଠାଯାଇଥିଲା। ମାଜିଷ୍ଟ୍ରେଟ ଏବଂ ସାକ୍ଷୀ ମାନଙ୍କ ଉପସ୍ଥିତିରେ, ଭର୍ତ୍ତି ଥିବା ଜରି ବ୍ୟାଗ ଗୁଡ଼ିକ ଖୋଲା ଯାଇଥିଲା ଏବଂ ସେହି ଜରି ବ୍ୟାଗ ଭିତରେ ଥିବା ପଦାର୍ଥକୁ ଗଞ୍ଜା ଭାବରେ ଚିହ୍ନଟ କରାଯାଇଥିଲା ଏବଂ ଏହାକୁ ପୃଥକ ପୃଥକ୍ ଭାବରେ ଓଜନ କରାଯାଇଥିଲା। ଓଜନ କରାଯିବା ପରେ ତାହା ମୋଟ ପରିମାଣ ୧,୦୭୫ କିଲୋଗ୍ରାମ ବୋଲି ଜଣାପଡିଥିଲା। ଏନଡିପିଏସ ଆଇନର ବ୍ୟବସ୍ଥା ଅନୁଯାୟୀ ଚୋରା ସାମଗ୍ରୀ ଜବତ କରାଯିବା ସହ ସଠିକ୍ ଭାବରେ ପ୍ୟାକିଂ ଏବଂ ସିଲ୍ କରା ଯାଇଥିଲା।
ଜଙ୍ଗଲରେ ଏହି ଚୋରା ଗଞ୍ଜେଇ ସବୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା , ଅନୁମାନ କରା ଯାଏ ଯେ, ଏ ସବୁ ଗଞ୍ଜେଇ ଅଜଣା ଦୁର୍ବୁତ୍ତ ମାନେ ବାହାର ସହରାଞ୍ଚଳକୁ ଚୋରା ଚାଲାଣ କରିବା ପାଇଁ ରଖିଥିଲେ ।ଏ ସଂକ୍ରାନ୍ତରେ ଅଡବା ଥାନା ପକ୍ଷରୁ କେଶ ନଂ ୧୯୪/୨୦୨୬, ୨୦ (ଖ)(୨)(ଗ) ଏନଡିପିଏସ ଆଇନ ପ୍ରକାରେଏକ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ଚୋରା ସାମଗ୍ରୀ ପରିବହନ/ଅବହନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ପ୍ରୟାସ ଜାରି ରହି ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ବ୍ଲକ ଅନ୍ତର୍ଗତ ତାରମାଳ ଗ୍ରାମରେ ଗୁହାଳରେ ବଳଦବାନ୍ଧୁଥିବା ବେଳେ ବଜ୍ରାଘାତ, ବୃଦ୍ଧ ଓ ବଳଦ ମୃତ ପାରଳାଖେମୁଣ୍ଡି:୨୧/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତରାମାଳ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରବଳ ବର୍ଷା ସହ ବଜ୍ରପାତ ଯୋଗୁଁ ଜଣେ ୭୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ବଳଦର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ହେଲେ ତରାମାଳ ଗ୍ରାମର ଜାବି ମଳିକ। ସୂଚନା ଅନୁଯାୟୀ, ଅପରାହ୍ନରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘନ ଘନ ବଜ୍ରପାତ ହେଉଥିଲା। ପ୍ରତିଦିନ ଭଳି ଜାବି ମଳିକ ଗୋରୁ ଚରାଇ ଘରକୁ ଫେରିଥିଲେ। ବର୍ଷା ବଢ଼ିବାରୁ ସେ ନିଜ ବଳଦକୁ ଗୁହାଳରେ ବାନ୍ଧୁଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ବୃଦ୍ଧ ଓ ବଳଦ ଗୁରୁତର ଭାବେ ପ୍ରଭାବିତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।ପ୍ରଚଣ୍ଡ ଶବ୍ଦ ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ ବୃଦ୍ଧ ଓ ବଳଦକୁ ନିଷ୍ପ୍ରାଣ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିବା ବେଳେ ବାର୍ତ୍ତା ଲେଖାହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।