Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ

ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ୱଜ ଚୌଧୁରୀ)
ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ସହ ମୃତଦେହକୁ ପୋଡ଼ି ଦେଇଥିବା ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ମେରାମା ଗାଁର ରାମଚନ୍ଦ୍ର ମଳିକ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ରାମଚନ୍ଦ୍ର ଗାଁଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିଲେ। ସେ ଚେରମୂଳି ଔଷଧ ଦ୍ୱାରା ଲୋକଙ୍କ ଚିକିତ୍ସା କରୁଥିବା କୁହାଯାଉଛି। କିଛିଦିନ ତଳେ ଗାଁର ଜଣେ ମହିଳା ଓ ଦୁଇ ମାସର ଶିଶୁର ମୃତ୍ୟୁ ପରେ ଏହା ପଛରେ ଗୁଣିଗାରେଡ଼ି ଥିବା ସନ୍ଦେହ କରି କେତେକ ଲୋକ ରାମଚନ୍ଦ୍ରଙ୍କୁ ଦାୟୀ କରୁଥିବା ଅଭିଯୋଗ ଉଠିଥିଲା।ଅଭିଯୋଗ ଅନୁସାରେ, ବିଳମ୍ବିତ ରାତିରେ କିଛି ଲୋକ ପାହାଡ଼କୁ ଯାଇ ରାମଚନ୍ଦ୍ରଙ୍କୁ ଗାଁକୁ ନେଇଥିଲେ। ପରେ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯିବା ସହ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ପୋଡ଼ି ଦିଆଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଘଟଣାର ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।ଘଟଣାର ପ୍ରକୃତ କାରଣ ଓ ହତ୍ୟାରେ କେଉଁମାନେ ସମ୍ପୃକ୍ତ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଗୁଣି ଗାରେଡ଼ି କୁ ନେଇ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ହତ୍ୟା ସଂଖ୍ୟା ବଢ଼ି ଚାଲିଛି l ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଜନସାଧାରଣଙ୍କ
ମଧ୍ୟରେ ସଚେତନାତା ସୃଷ୍ଟି କରିବା ସହ ଏଭଳି ହିଂସା କୁ ବନ୍ଦ କରିବା ପାଇଁ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories