ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମରେ ଫୁଡ୍ ସେଫ୍ଟି ବିଭାଗ ର ଚଢ଼ାଉହୋଟେଲ ଓ ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ, ମାନ ପରୀକ୍ଷଣ ପାଇଁ ପଠାଯିବ।
ପାରଳାଖେମୁଣ୍ଡି:୩୦/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଅଞ୍ଚଳରେ ଆଜି ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ହୋଟେଲ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥର ଗୁଣବତ୍ତା, ନିରାପତ୍ତା ଓ ମାନ ଯାଞ୍ଚ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନେ ଏହି ଯାଞ୍ଚ କରିଥିବା ଜଣାପଡ଼ିଛି।ଏହି ଚଢ଼ାଉ ସମୟରେ ବିଭିନ୍ନ ହୋଟେଲ ଓ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଯାଞ୍ଚ କରାଯାଇଥିଲା। ଏଥିସହ କିଛି ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ କରି ଅଧିକୃତ ପରୀକ୍ଷାଗାରରେ ମାନ ପରୀକ୍ଷଣ ପାଇଁ ନିଆଯାଇଛି।
ଖାଦ୍ୟ ସାମଗ୍ରୀରେ ଭେଜାଲ, ଅସ୍ୱାସ୍ଥ୍ୟକର ଉପାଦାନ କିମ୍ବା ନିର୍ଦ୍ଧାରିତ ମାନର ବ୍ୟତିକ୍ରମ ରହିଛି କି ନାହିଁ, ତାହା ନମୁନା ପରୀକ୍ଷଣ ପରେ ସ୍ପଷ୍ଟ ହେବ। ପରୀକ୍ଷା ରିପୋର୍ଟ ଆସିବା ପରେ ଯଦି କୌଣସି ଖାଦ୍ୟ ପଦାର୍ଥ ନିର୍ଦ୍ଧାରିତ ମାନର ନଥିବା ଜଣାପଡ଼େ, ତେବେ ନିୟମ ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ପଦକ୍ଷେପ ନିଆଯାଇପାରେ।ସେରଙ୍ଗ ଭଳି ଅଞ୍ଚଳରେ ହୋଟେଲ, ଜଳଖିଆ ଦୋକାନ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ଏଭଳି ଯାଞ୍ଚ ହେବାକୁ ନେଇ ସାଧାରଣରେ ମଧ୍ୟ ଚର୍ଚ୍ଚା ହୋଇଛି। ଖାଦ୍ୟ ବିକ୍ରେତାମାନେ ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣ ସମୟରେ ସ୍ୱଚ୍ଛତା ଏବଂ ଖାଦ୍ୟ ନିରାପତ୍ତା ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦେବା କୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l

