Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣ୍ଡ ସମାଜର ନୂଆଁଖାଇ ଭେଟଘାଟ, ଭାଇଚାରା ଓ ଏକତା ର ବାର୍ତ୍ତା ଦେଲେ।

କଳାହାଣ୍ଡି,୧୧/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ଥିତ କୋକସରା ଧାନ ମଣ୍ଡି ପରିସରରେ ବ୍ଲକ ସ୍ତରୀୟ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅତି ଆଡମ୍ବରରେ ପାଳନ କରାଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗଣ୍ଡ ସମାଜର ଏହି ଭେଟଘାଟ କାର୍ଯ୍ୟକ୍ରମ ସମାଜର ଏକତା, ଭାଇଚାରା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବାର ଏକ ମାଧ୍ୟମ ପାଲଟିଥିଲା।
କାର୍ଯ୍ୟକ୍ରମର ଶୁଭାରମ୍ଭରେ କୋକସରା ଠାକୁରାଣୀ ମନ୍ଦିର ରେ ପୂଜକ ନନ୍ଦ କିଶୋର ଧରୁଆ ଙ୍କ ପୂଜାର୍ଚ୍ଚନା କରିବା ପରେ ପାରମ୍ପରିକ ଆଦିବାସୀ ବେଶଭୂଷା ରେ ଏକ ଭବ୍ୟ ମଶାଲ ଯାତ୍ରା ବାହାରିଥିଲା। ପାରମ୍ପରିକ ଉତ୍ସାହ ଓ ଶ୍ରଦ୍ଧାର ସହ ଏହି ମଶାଲ ଯାତ୍ରା ମଣ୍ଡି ପରିସରରେ ଥିବା ସଭାମଞ୍ଚ ନିକଟରେ ପହଞ୍ଚିଥିଲା। ଏହାପରେ ଗଣ୍ଡ ସମାଜର ଇଷ୍ଟଦେବତା ଶ୍ରୀ ଚତୁର୍ଭୁଜ ବୁଢ଼ା ଦେଓଙ୍କ ପୂଜାର୍ଚ୍ଚନା କରାଯାଇ ନୂଆଁଖାଇ ଜୁହାର ଭେଟ ଘାଟ ସହ ସମାଜର ମଙ୍ଗଳ, ସମୃଦ୍ଧି ଓ ଶାନ୍ତି କାମନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଗଣ୍ଡ ସମାଜ ର ବ୍ଲକ ସଭାପତି ନନ୍ଦ କିଶୋର ଧରୁଆ ଙ୍କ ସଭାପତିତ୍ୱ ରେ ଭେଟଘାଟ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦକ୍ଷିଣ ଓଡ଼ିଶା ଆଦିବାସୀ ସଭାପତି ଗଙ୍ଗାଧର ମାଝୀ,କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ,ମହେଶ୍ୱର ମାଝୀ, ବାହାଦୂର ମାଝୀ,ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ ଅନ୍ୟ ସାମାଜିକ ନେତ୍ରୀ ଓ ଅନ୍ୟାନ୍ୟ ଅତିଥି ମଞ୍ଚ ରେ ଉପସ୍ଥିତ ରହି ନୂଆଁଖାଇ ହେଉଛି ଭାଇଭରା ଓ ଏକତା ର ପର୍ବ ଆମେ ସାମାଜିକ ସ୍ତରରେ ସମସ୍ତେ ମିଳିମିଶି ସମାଜ ର ବିକାଶ ଦିଗରେ ପ୍ରତିବଦ୍ଧତା ସହ ଆଗାମୀ ପିଢ଼ି କୁ ନୂତନ ବାର୍ତ୍ତା ଦେବା ବୋଳି କହିଥିଲେ।ସେହିପରି କୋକସରା ବ୍ଲକ ଗଣ୍ଡ ସମାଜର ସଦସ୍ୟ ନେତ୍ରାନନ୍ଦ ଧରୁଆ, ମହେନ୍ଦ୍ର ଧରୁଆ, ଉପଦେଷ୍ଟା କମିଟିର ଉଦ୍ଧବ ଧରୁଆ, ଦିଗାମ୍ବର ଦଳପତି, ରାମପ୍ରସାଦ ଧରୁଆ, ବିଦେଶୀ ଧରୁଆ, ପ୍ରସନ୍ନ ନାଏକ, ତ୍ରିନାଥ ପୋଟା, ରାଜକିଶୋର ଧରୁଆ, ଗୋଶିଙ୍ଗ ଧରୁଆ ଓ ଭୁବନେଶ୍ୱର ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସଭାପତି, ସମାଜର ବହୁ କର୍ମକର୍ତ୍ତା ଓ ମହିଳା ମାନେ ଯୋଗଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ