Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଉପକଣ୍ଠ ଦେବିତୀ ଗ୍ରାମ ନିକଟରେ ଜୟମାତାଦି କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ ୧୨ ଲକ୍ଷ ଟଙ୍କା ଜବତ ୭୦ ଗିରଫ

ପାରଳାଖେମୁଣ୍ଡି:୧୨/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ଦେବିତି ଗ୍ରାମନିକଟରେ ଥିବା ଜୟମାତାଦି କଲ୍ଯାଣ ମଣ୍ଡପରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଗଜପତି ଜିଲ୍ଳାର ତିନୋଟି ପୋଲିସ ଥାନା: ପାରଳାଖେମୁଣ୍ଡି,କାଶୀନଗର
ଓ ଗାରାବନ୍ଧ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢାଉ ୧୨ ଲକ୍ଷ ଟଙ୍କା ସମେତ ୯ଟି କାର, ବାଇକ୍ ୧୦ଟି, ୬୦ ଟି ମୋବାଇଲ ଜବତ କରିବା ସହ ୭୦ ଜଣ ଜୁଆଡିକୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ l ସୂଚନା ଯୋଗ୍ୟ ଏହିକି ଯେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠ କେରାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବିତି ଗ୍ରାମ ନିକଟରେ ଥିବା ଜୟମାତା ଦି କଲ୍ୟାଣ ମଣ୍ଡପ ରେ ଦୀର୍ଘ ମାସ ହେଲା କୋଟି କୋଟି ଟଙ୍କା ର ଜୁଆ ଖେଳ ଚାଲି ଆସୁଥିଲା l ଏଠାରେ ଜୁଆ ଖେଳ ଚଳାଇବା ପାଇଁ
ରିକ୍ରେଶନ କ୍ଲବ ଖୋଲିବା ପାଇଁ ରେଜିଷ୍ଟ୍ରେସନ୍ ନିମନ୍ତେ ମଧ୍ଯ ଆବେଦନ ମଧ୍ୟ କରାଯାଇଥିବା ଜଣା ପଡିଛି l ଜୟମାତାଦି କଲ୍ୟାଣ ମଣ୍ଡପର ମାଲିକ ଏହାକୁ ଭଡ଼ାରେ ଆନ୍ଧ୍ରର କେତକ ଜୁଆ ମାଫିଆଙ୍କୁ ଲକ୍ଷାଧିକ ଟଙ୍କାରେ ଭଡାରେ ଦେଇଥିଲେ l ଆନ୍ଧ୍ର ପ୍ରଦେଶର ଏହି ଜୁଆ ମାଫିଆ ଭଡ଼ାରେ ନେବା ପରଠାରୁ ଏଠାରେ କୋଟି କୋଟି ଟଙ୍କାର ଜୁଆ ଖେଳ ଚାଲି ଆସୁଥିଲା l ଯୁଆଖେଳିବା ପାଇଁ ଅଧିକାଂଶ ଜୁଆଡି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଆସୁଥିଲେ l ଯେଉଁମାନେ ଜୁଆ ଖେଳିବାକୁ ଆସୁଥିଲେ ସେମାନଙ୍କ ପାଇଁ ଖାଇବା ପିଇବା ଓ ରହିବା ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା l ବାରମ୍ବାର ଏଠି ଜୁଆ ଖେଳ ଆଡ୍ଡା ଚାଲିଛି ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ଯ କଲ୍ୟାଣ ମଣ୍ଡପର ମାଲିକ ଏହାକୁ ବନ୍ଦ କରିବା ପାଇଁ କିଛି ପଦକ୍ଷେପ ନେଉ ନଥିଲେ l ଯେ ହେତୁ ତାଙ୍କୁ ମୋଟା ଅଙ୍କର ଭଡା ମିଳୁଥିଲା l ଏଠାରେ ଜୁଆ ଖେଳ ଚଳାଇ ଆସୁଥିବା ଆନ୍ଧ୍ର ପ୍ରଦେଶର ଜୁଆ ମାଫିଆ ମାନେ ସ୍ଥାନୀୟ କୁଜି ନେତା, ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କୁ ମାସିକ ପାଉଣା ଫିକ୍ସ କରି ଦେଉଥିଲେ l ଏପରିକି ଗଜପତି ଜିଲ୍ଳା ପ୍ରଶାସନ ର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ଯ ଖାଇବାକୁ ପଠାଉ ଥିଲେ l ଏତେ ବଡ଼ ଧରଣର ଜୁଆ ଆଡ୍ଡା ଏବଂ ଜୁଆଖେଳ ଧରାପଡ଼ିବା ପରେ ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ଦିନ ଥିଲା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଭୁମି ପାରଳାଖେମୁଣ୍ଡି କୁ ସାରା ରାଜ୍ୟରେ ସାହିତ୍ୟ, କଳା ଓ ସଂସ୍କୃତିର କେନ୍ଦ୍ର ଭାବରେ ରାଜ୍ୟରେ ଖ୍ୟାତି ରହିଥିଲା l ଆଜିର ଦିନରେ ଏ ପାରଳାଖେମୁଣ୍ଡି ସହର କହିଲେ ଜୁଆଡ଼ି ଓ ମଦୁଆ ଙ୍କ ସହର ବୋଲି କହିବାକୁ ବାଧ୍ୟ ହୋଉଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।