Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Koida Murder Case: କୋଇଡ଼ାରେ କ୍ରସର ଜଗୁଆଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ପଛର କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗାଁରେ ଜଣେ ଘରୋଇ କମ୍ପାନୀର ଜଗୁଆଳିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ସନାତନ ମୁଣ୍ଡା। ସେ ଏକ ଘରୋଇ କମ୍ପାନୀର କ୍ରସର ଓ ସେଠାରେ ଥିବା ସାମଗ୍ରୀର ସୁରକ୍ଷା ଦାୟିତ୍ୱରେ ଥିଲେ। ରାତିରେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତ ରାତିରେ ସନାତନ କମ୍ପାନୀର ସାମଗ୍ରୀ ଜଗି ରହିଥିବା ବେଳେ ଏହି ଘଟଣା ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସର୍ଗିଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗି ରହିଥିବା କୁହାଯାଉଛି। ତେବେ ଏହି ଘଟଣା ସହ ଖଣି ବିବାଦର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories