Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ସାଖୀ ୱନ୍‌-ଷ୍ଟପ୍ ସେଣ୍ଟର ପକ୍ଷରୁ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ସାଖୀ ୱନ୍‌-ଷ୍ଟପ୍ ସେଣ୍ଟର ପକ୍ଷରୁ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଆଇ.ଏସ୍‌.ଆର୍‌.ଡି ର ସାଖୀ ୱନ୍‌-ଷ୍ଟପ୍ ସେଣ୍ଟର ପକ୍ଷରୁ ଗଜପତି ଜିଲ୍ଲାର ସଦର ମହକୁମା
ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ବଡ଼ଦାଣ୍ଡ
ଠାରେ ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସ୍ତନ କର୍କଟ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ସମୟୋଚିତ ଡାକ୍ତରୀ ପରାମର୍ଶ ଏବଂ ଚିକିତ୍ସାର ଗୁରୁତ୍ୱ ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ଲିଫ୍‌ଲେଟ୍‌, ପ୍ଲାକାର୍ଡ ଓ ସଚେତନତାମୂଳକ ବ୍ୟାନର ମାଧ୍ୟମରେ ସ୍ତନ କର୍କଟ ରୋଗ ସମ୍ପର୍କିତ ବିଭିନ୍ନ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା। ଏଥିସହ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଏବଂ ଆବଶ୍ୟକ ସମୟରେ ଡାକ୍ତରୀ ପରାମର୍ଶ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଜସ୍ମିନ୍ ସେଖଙ୍କ ସମେତ ସୁନିତା ମହାରଣା, ମଧୁସ୍ମିତା ସାହୁ, ମୋହିନୀ ପ୍ରଧାନ, ସୁନିତା ରଥ, ସୁଧୀର ସାବୋତ ଏବଂ ସାଖୀ ୱନ୍‌-ଷ୍ଟପ୍ ସେଣ୍ଟରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଜନସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ଏଭଳି ସଚେତନତାମୂଳକ ପଦକ୍ଷେପ ମାଧ୍ୟମରେ ସ୍ତନ କର୍କଟ ସମ୍ପର୍କିତ ଭୟ ଓ ଭ୍ରାନ୍ତ ଧାରଣା ଦୂର କରିବା ସହ ମହିଳାମାନଙ୍କୁ ସଚେତନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories