Berhampur MKCG News: ଏମ୍କେସିଜି ମେଡିକାଲରେ ଜନ୍ମ ନେଲା ଦୁଇ ମୁଣ୍ଡ ଥିବା ଶିଶୁ, ଏସ୍ଏନ୍ସିୟୁରେ ଚାଲିଛି ଚିକିତ୍ସା
ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଦୁଇଟି ମୁଣ୍ଡ ଥିବା ଏକ ଶିଶୁ ଜନ୍ମ ନେଇଛି। କନ୍ଧମାଳ ଜିଲ୍ଲାର ଜଣେ ମହିଳା ଗତ ଶନିବାର ଏହି ଶିଶୁକୁ ଜନ୍ମ ଦେଇଥିବା ସୂଚନା ମିଳିଛି। ଜନ୍ମ ପରେ ଶିଶୁଟିକୁ ଏମ୍କେସିଜି ମେଡିକାଲର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସ୍ଏନ୍ସିୟୁ)ରେ ରଖାଯାଇ ଚିକିତ୍ସା କରାଯାଉଛି।
ଶିଶୁଟିର ଶାରୀରିକ ଗଠନ ଓ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଡାକ୍ତରୀ ଦଳ ପକ୍ଷରୁ ପରୀକ୍ଷା ନିରୀକ୍ଷା କରାଯିବ। ଶିଶୁ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସରଙ୍କ ଦ୍ୱାରା ଯାଞ୍ଚ ପରେ ପରବର୍ତ୍ତୀ ଚିକିତ୍ସା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଏହା ଏକ ବିରଳ ଶାରୀରିକ ଗଠନ ହୋଇଥିବାରୁ ଶିଶୁଟିର ସ୍ଥିତି ଉପରେ ଡାକ୍ତରମାନେ ନଜର ରଖିଛନ୍ତି।
ତେବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା, ଶାରୀରିକ ଗଠନ ଏବଂ ଆଗାମୀ ଚିକିତ୍ସା ପଦ୍ଧତି ସମ୍ପର୍କରେ ଏଯାଏଁ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ। ଡାକ୍ତରୀ ପରୀକ୍ଷା ପରେ ଏସବୁ ବିଷୟରେ ଅଧିକ ସ୍ପଷ୍ଟତା ମିଳିପାରିବ।

