Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Power Sector: ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ମଧ୍ୟରେ ESMA କଡ଼ାକଡ଼ି ପାଇଁ ନିର୍ଦ୍ଦେଶ, ପୁଲିସ ଡିଜିଙ୍କୁ ଶକ୍ତି ବିଭାଗର ଚିଠି

ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଶକ୍ତି ବିଭାଗ ପକ୍ଷରୁ ESMA ଆଇନର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଳ କୁମାର ଦେବ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ବିଦ୍ୟୁତ୍ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।

ସୂଚନା ଅନୁସାରେ, ଟିପିସିଓଡିଏଲ୍‌ ଅଧୀନରେ ଅକ୍ଟୋବର ୧ରୁ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ଆନ୍ଦୋଳନ ଚଳାଇଛି। ଏହି ଆନ୍ଦୋଳନ ଯୋଗୁଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ସହ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଶକ୍ତି ବିଭାଗ ଉଲ୍ଲେଖ କରିଛି। ବିଦ୍ୟୁତ୍ ଯୋଗାଣ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଏହାକୁ ନିରବଚ୍ଛିନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହା ସହ ESMA ଆଇନର ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ସେବା ସ୍ୱାଭାବିକ ରଖିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଆନ୍ଦୋଳନର ପରବର୍ତ୍ତୀ ସ୍ଥିତି ଓ ପ୍ରଶାସନର ପଦକ୍ଷେପ ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories