Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BJP Protest Against Kharge: ଖଡ଼ଗେଙ୍କ ‘ମୋଦୀ କା ବାପ୍‌ ଭି ଯାଏଗା’ ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ବିକ୍ଷୋଭ କରିବ ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୋମବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି ବିଜେପି। ରବିବାର ଦିଲ୍ଲୀରେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂହଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଡ଼ଗେ କହିଥିଲେ, “ମୋଦୀ କା ବାପ୍‌ ଭି ଯାଏଗା”। ଏହି ମନ୍ତବ୍ୟକୁ ନେଇ ବିଜେପି ଆପତ୍ତି ଉଠାଇ ଏହାକୁ ଅଶାଳୀନ ଓ ଅପମାନଜନକ ବୋଲି କହିଛି।

ରିପୋର୍ଟ ଅନୁସାରେ, କାର୍ଯ୍ୟକ୍ରମରେ ଉପସ୍ଥିତ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁଆଡ଼େ ଯିବେ ନାହିଁ ବୋଲି କହିବା ପରେ ଖଡ଼ଗେ ଏହି ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବିଜେପିର ଅଭିଯୋଗ ଅନୁସାରେ, ଖଡ଼ଗେଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ପିତାଙ୍କୁ ଅପମାନିତ କରୁଛି।

ଏହି ଘଟଣାର ପ୍ରତିବାଦରେ ସୋମବାର ଦେଶର ସମସ୍ତ ରାଜ୍ୟ ମୁଖ୍ୟାଳୟରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ବିଜେପି ଏକ ବିବୃତିରେ କହିଛି। ଖଡ଼ଗେଙ୍କ ମନ୍ତବ୍ୟକୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories