Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Congress Rally: ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘୋଷଣା! ନଭେମ୍ବର ୧ରେ ରାମଲୀଳା ମୈଦାନରେ ଦିଲ୍ଲୀରେ ‘ଭୋଟ୍ ବଚାଓ, ଦେଶ ବଚାଓ’ ରାଲି କରିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନଭେମ୍ବର ୧ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ‘ଭୋଟ୍ ବଚାଓ, ଦେଶ ବଚାଓ’ ରାଲି ଆୟୋଜନ କରିବାକୁ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଓ ଭୋଟ୍ ଦେବାର ଅଧିକାରକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଏହି ରାଲି ଆୟୋଜନ କରାଯାଉଛି। ଏହା ମାଧ୍ୟମରେ କଂଗ୍ରେସ ନିଜର ଦାବି ଓ ଆପତ୍ତିକୁ ସାର୍ବଜନୀନ ଭାବେ ଉଠାଇବାକୁ ଯୋଜନା କରିଛି।

ଏହି ରାଲିରେ ବିରୋଧୀ ଦଳର ନେତାମାନେ ଏକାଠି ହୋଇପାରନ୍ତି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଭୋଟରଙ୍କ ଅଧିକାର ସୁରକ୍ଷା ଏହାର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଆଶା କରାଯାଉଛି। ତେବେ ରାଲିରେ କେଉଁ କେଉଁ ଦଳର ନେତା ଯୋଗ ଦେବେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

‘ଭୋଟ୍ ବଚାଓ, ଦେଶ ବଚାଓ’ ରାଲି ମାଧ୍ୟମରେ କଂଗ୍ରେସ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗକୁ ଜାତୀୟ ସ୍ତରରେ ଉଠାଇବାକୁ ଚାହୁଁଛି। ନଭେମ୍ବର ୧ରେ ହେବାକୁ ଥିବା ଏହି ସମାବେଶ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories