Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kotia Development: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିବ ଜରୁରୀ ବୈଠକ, ଅଢ଼େଇ ବର୍ଷର କୋଟିଆ ବିକାଶ କାମର ସମୀକ୍ଷା ହେବ

ଭୁବନେଶ୍ୱର: କୋଟିଆର ବିକାଶ କାର୍ଯ୍ୟ ଓ ଆଗାମୀ ଯୋଜନାକୁ ନେଇ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକ ବସିବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଗତ ଅଢ଼େଇ ବର୍ଷ ମଧ୍ୟରେ ଅଞ୍ଚଳରେ କେତେ ବିକାଶ କାମ ହୋଇଛି, କେଉଁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ କାମ ବାକି ରହିଛି, ତାହାର ସମୀକ୍ଷା କରାଯିବ।

କୋଟିଆର ବିକାଶ ସହ ଓଡ଼ିଶାର ଅସ୍ମିତାକୁ ଯୋଡ଼ି ମନ୍ତ୍ରୀ ସୁରେଶ ପୂଜାରୀ ‘ଆମ ଅସ୍ମିତା, ଆମ କୋଟିଆ’ ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ନିକଟରେ କୋଟିଆରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ସମସ୍ତଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଅଞ୍ଚଳର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି।

ଆସନ୍ତାକାଲିର ବୈଠକରେ କୋଟିଆରେ ଚାଲିଥିବା ବିକାଶ କାମର ସ୍ଥିତି ସହ ଆଗାମୀ ଦିନର ଯୋଜନା ଉପରେ ଆଲୋଚନା ହେବ। ଅଞ୍ଚଳରେ ଆଉ କେଉଁ କେଉଁ ପ୍ରକଳ୍ପ ଆରମ୍ଭ ହେବ ଏବଂ କେଉଁ ଯୋଜନାକୁ ଅନୁମୋଦନ ମିଳିବ, ତାହା ଉପରେ ନଜର ରହିଛି। ବୈଠକ ପରେ କୋଟିଆର ବିକାଶକୁ ନେଇ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories