Bollywood Target Plan: ଆମିର ଖାନ୍ଙ୍କୁ କରିଥିଲେ ଟାର୍ଗେଟ, ନିଶାନା ବନିଲେ ଟାଇଗର ଶ୍ରଫ୍
ମୁମ୍ବାଇ: ଟାଇଗର ଶ୍ରଫ୍ ଙ୍କୁ ଗୁଳି କରିବା ଘଟଣା। ଏହି ମାମଲାରେ କିଛି ଅଭିଯୁକ୍ତ ଧରା ପଡ଼ିଥିଲେ। ପୋଲିସର ପଚରା ଉଚୁରା ପରେ ସଙ୍ଗିନ ତଥ୍ୟ ଆସିଛି ସାମ୍ନାକୁ । ତଦନ୍ତରେ ଜଣାପଡ଼ିଛିଯେ, ପ୍ରକୃତରେ ଟାଇଗର ଶ୍ରଫ୍ ତାଙ୍କ ନିଶାନାରେ ନଥିଲେ ଥିଲେ ଅମିର ଖାନ୍। ଅମିର ଖାନ୍ ଙ୍କୁ ଟାର୍ଗେଟ କରିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ ଶୁଟର୍।
ମୁମ୍ବାଇରେ ପହଞ୍ଚିବା ପରେ ତିନି ଜଣ ସୁଟର ଅଭିନେତା ଆମିର ଖାନ୍ଙ୍କ ଘର ନିକଟରେ ଏକ ହୋଟେଲ ନେଇ ତାଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି। କିନ୍ତୁ ପ୍ରତିଥର ଯୋଜନା ସମୟରେ ସେମାନେ ଜାଣିବାକୁ ପାଇଥିଲେ ଯେ ଆମିର ଖାନ୍ ସୁଟିଂ ପାଇଁ ବିଭିନ୍ନ ସ୍ଥାନକୁ ଯାଉଥିବା ବେଳେ ଘରକୁ ଫେରିବା ପରେ ସାଧାରଣତଃ ବାହାରକୁ ଯାଉନାହାନ୍ତି।
ତିନିଥର ଯୋଜନା ପରେ ଆମିର ଖାନ୍ଙ୍କ ଦୈନନ୍ଦିନ ଗତିବିଧି ବିଷୟରେ ଜାଣିବା କଷ୍ଟକର ବୋଲି ସୁଟରମାନେ ଆକଳନ କରିଥିବା କୁହାଯାଉଛି। ଅକ୍ଟୋବର ପ୍ରଥମ ସପ୍ତାହରେ ସେମାନେ ନିଜର ରିପୋର୍ଟ ଦେଇ ଆମିର ଖାନ୍ଙ୍କୁ ଟାର୍ଗେଟ୍ କରିବା କଷ୍ଟକର ବୋଲି ଜଣାଇଥିବା ଦାବି କରାଯାଇଛି।
ଏହାପରେ ସେମାନେ ସୋସିଆଲ ମିଡ଼ିଆରୁ ଟାଇଗର ଶ୍ରଫ୍ ଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ । ସୋସିଆଲ ମିଡ଼ିଆରୁ ସେମାନେ ଟାଇଗର ପ୍ରତି ରବିବାର ସନ୍ଧ୍ୟା ୫ ଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଫୁଟବଲ୍ ଖେଳିବା ପାଇଁ ଯିବା କଥା ଜାଣିବାକୁ ପାଇଥିଲେ। ଏବଂ ଶେଷରେ ତାଙ୍କୁ ହିଁ ନିଶାନା ବନେଇଥିଲେ ।

