Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mobile Blast: ଚାର୍ଜିଂରେ ଲାଗିଥିଲା ମୋବାଇଲ୍‌, ହଠାତ୍ ଫାଟିଲା! ନିମିଷକେ ଜଳିଗଲା ପୂରା ଘର

ଆନ୍ଧ୍ରପ୍ରଦେଶ: ମୋବାଇଲ୍‌ ଫୋନ୍‌ ଚାର୍ଜ କରିବା ସମୟରେ ଘଟିଛି ବଡ଼ ଅଘଟଣ। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଗୁଡଲୁରୁ ମଣ୍ଡଳ ଅନ୍ତର୍ଗତ ପାଜର୍ଲା ଗାଁରେ ଶୁକ୍ରବାର ଏକ ମୋବାଇଲ୍‌ ଫୋନ୍‌ ଚାର୍ଜିଂରେ ଲାଗିଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହା ପରେ ଫୋନ୍‌ରୁ ନିଆଁ ବ୍ୟାପି ଘରେ ଅଗ୍ନିକାଣ୍ଡ ଘଟିଥିଲା।

ନିଆଁ ଦ୍ରୁତଗତିରେ ଘର ଭିତରକୁ ବ୍ୟାପିବାରୁ ଘରେ ଥିବା ବିଭିନ୍ନ ଆସବାବପତ୍ର ଓ ଘରୋଇ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏହାସହ ଘରର ଅନେକ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମୋବାଇଲ୍‌ ଫୋନ୍‌ ଚାର୍ଜିଂରେ ଲାଗିଥିବା ବେଳେ ଏଭଳି ଅଘଟଣ ଘଟିବା ପରେ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories