Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Character: ରାମଙ୍କ ଭୂମିକାରେ କିଏ ଜିତିଲେ ଦର୍ଶକଙ୍କ ହୃଦୟ, ଅରୁଣ ଗୋଭିଲ ନା ରଣବୀର କପୁର?

ମୁମ୍ବାଇ: ଭାରତୀୟ ଟେଲିଭିଜନ ଓ ସିନେମା ଜଗତରେ ଭଗବାନ ଶ୍ରୀରାମଙ୍କ ଚରିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ସବୁବେଳେ ଭକ୍ତିଭାବ ଏବଂ ଆଗ୍ରହ ରହି ଆସିଛି । ୧୯୮୭ରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ଅଭିନେତା ଅରୁଣ ଗୋଭିଲ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ତାଙ୍କ ଶାନ୍ତ ସ୍ୱଭାବ, ସରଳ ଅଭିନୟ ଓ ଗମ୍ଭୀର ବ୍ୟକ୍ତିତ୍ୱ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଆଜି ବି ଲୋକ ତାଙ୍କୁ ସେହି ଶ୍ରୀରାମ ରୂପରେ ଦେଖନ୍ତି ଏବଂ ମାନନ୍ତି ମଧ୍ୟ |

ଅନ୍ୟପଟେ, ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’ରେ ଅଭିନେତା ରଣବୀର କପୁର ଶ୍ରୀରାମଙ୍କ ଭୂମିକାରେ ନଜର ଆସିଛନ୍ତି । ଆଧୁନିକ ସିନେମା ଶୈଳୀରେ ଏହି ପୌରାଣିକ କାହାଣୀକୁ ପରଦାରେ ଉପସ୍ଥାପନ କରାଯାଉଥିବାରୁ ରଣବୀରଙ୍କ ଅଭିନୟକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସୁକତା ରହିଛି।

ତେବେ ଅରୁଣ ଗୋଭିଲଙ୍କ ଅଭିନୟ ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନରେ ରହିଥିବାବେଳେ ରଣବୀର କପୁରଙ୍କ ଚରିତ୍ରକୁ ନେଇ ନୂଆ ପିଢ଼ିର ଦର୍ଶକ ଆଗ୍ରହୀ। ତେବେ ରାମଙ୍କ ଭୂମିକାରେ କିଏ ଆପଣଙ୍କ ମନ ଜିତିଛନ୍ତି—ଅରୁଣ ଗୋଭିଲ ନା ରଣବୀର କପୁର? ଉଭୟଙ୍କ ନିଜସ୍ୱ ପରିଚୟ ରହିଛି | ଏହାକୁ ନେଇ ଦର୍ଶକଙ୍କ ମତ ଭିନ୍ନ ରହିଥାଇ ପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories