Delhi Murder: ଉତ୍ତର ଦିଲ୍ଲୀର ବୁରାଡ଼ିରେ ମହିଳାଙ୍କୁ ହତ୍ୟା, ପଥରରେ ଆକ୍ରମଣ କରିଥିବା ସନ୍ଦେହ
ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ମହିଳାଙ୍କ ମୃତଦେହ ମିଳିଥିବାବେଳେ ତାଙ୍କ ବୟସ ପ୍ରାୟ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଏକ ଭାରୀ ବସ୍ତୁରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରୁଛି ପୋଲିସ।
ତଦନ୍ତକାରୀଙ୍କ ସନ୍ଦେହ ଅନୁସାରେ, ହତ୍ୟାରେ ଏକ ପଥର ବ୍ୟବହାର ହୋଇଥାଇପାରେ। ତେବେ ଏହାର ସ୍ପଷ୍ଟତା ପାଇଁ ତଦନ୍ତ ଜାରି ରହିଛି। ମହିଳାଙ୍କ ମୃତଦେହ ମିଳିବା ପୂର୍ବରୁ କିଛି ଘଣ୍ଟା ମଧ୍ୟରେ ତାଙ୍କ ସହ କେଉଁମାନେ ଥିଲେ, ତାହା ଜାଣିବାକୁ ପୋଲିସ ଉଦ୍ୟମ କରୁଛି।
ଏଥିପାଇଁ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଫୁଟେଜ୍ରୁ ମହିଳାଙ୍କ ସହ ଶେଷ ଥର ପାଇଁ ଦେଖାଯାଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ସହ ହତ୍ୟା ପଛର କାରଣ ଖୋଜୁଛି ପୋଲିସ।

