Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ଜଣେ ଯୁବ ବ୍ୟବସାୟୀ ପରିବାର ପକ୍ଷରୁ ସ୍ବାମୀ ଆୟପ୍ପା ବ୍ରତ ଧାରୀ ମାନଙ୍କୁ ମାଗଣା ରେ ଜଳଖିଆ ବଣ୍ଟନ

ପାରଳାଖେମୁଣ୍ଡି:୨୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜଣେ ଯୁବ ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ପରିବାର ପକ୍ଷରୁ ନଭେମ୍ୱର ୧୮ ତାରିଖ ଠାରୁ ଆରମ୍ଭ କରି ଆସନ୍ତା ଜାନୁଆରୀ ୧ ତାରିଖ ୨୦୨୭ ପର୍ଯ୍ୟନ୍ତ ସକାଳେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଆୟାପା ସ୍ବାମୀ ବ୍ରତ ଧାରିମାନଙ୍କୁ ଜଳଖିଆ ବଣ୍ଟନ କରାଯାଉଛି । ସକାଳ ବେଳା ଜଳଖିଆ ମଧ୍ୟାହ୍ନ ବେଳେ ଅନ୍ନ ପ୍ରସାଦ ରାତ୍ର ସମୟ ରେ ଫଳ ଆସର କରିଥାନ୍ତି । ଯୁବ ବ୍ୟବସାୟୀ ଅଶୋକ କୁମାର ସାହୁ ମଧ୍ଯ ଜଣେ ସ୍ବାମୀ
ଆୟାପ୍ପା ବ୍ରତ ଧାରଣ କରିଛନ୍ତି । କରିବେ । ଏହି କାର୍ଯ୍ୟକ୍ରମକୁ ପତ୍ନୀ ପ୍ରମଲତା ସାହୁ ,ପୁଅ ଆକଶ ସାହୁ ,ଝିଅ ପ୍ରିୟଙ୍କା ସାହୁ ପ୍ରତେହ ସକାଳ ୩ ଘଣ୍ଟା ସମୟ ରୁ ଏହି କାର୍ଯ୍ୟ ଆରମ୍ଭ କରିଥାନ୍ତି । ଜଳାଖିଆ ସକାଳ ୬ ଘଣ୍ଟା ରୁ ଆରମ୍ଭ ହୋଇ ଦିନ ୯ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ରେ ଅନ୍ନ ପ୍ରସାଦ ପ୍ରଦାନ କରାଯାଉଥିବା ଜଣାପଡ଼ିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories