Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷାଣୀ ବ୍ଲକ ଅଗରଖଣ୍ଡି ହରିଜନ ସାହିରେ ସମ୍ବିଧାନ ଦିବସ ପାଳନ ଅବସରରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଯୋଗଦାନ

ପାରଳାଖେମୁଣ୍ଡି:୨୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଅଗରଖଣ୍ଡି ଗ୍ରାମର ହରିଜନ ସାହିରେ ଥିବା ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ବି:ଆର: ଆମ୍ବେଦକର’ଙ୍କ ସ୍ମୃତି ପୀଠ’କୁ ମିଳିବ ନୂଆ ପରିଚୟ । ଯାହାକି, ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱ ର ସୌନ୍ଦର୍ଯ୍ୟକରଣ ପାଇଁ ମିଳିଛି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ଠାରୁ ନିଶ୍ଚିତ ପ୍ରତିଶ୍ରୁତି । ଭାରତୀୟ ସମ୍ବିଧାନର ପ୍ରଣେତା, ମହାନ ସମାଜ ସଂସ୍କାରକ ତଥା ଦଳିତ, ନିଷ୍ପେଷିତ ଓ ଅବହେଳିତ ବର୍ଗର ମୁକ୍ତିଦାତା ବାବା ସାହେବ ଡଃ ବି.ଆର୍. ଆମ୍ବେଦକରଙ୍କ ସ୍ମୃତି ଓ ଆଦର୍ଶକୁ ସମ୍ମାନ ଜଣାଇବା ଦିଗରେ ଏକ ଆଶାଜନକ ପଦକ୍ଷେପ ନେଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ପଞ୍ଚାୟତର ଅଗରଖଣ୍ଡି ଗ୍ରାମ ହରିଜନ ସାହିରେ ଅବସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଓ ଅଞ୍ଚଳର ଉନ୍ନତିକରଣ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁଯାୟୀ ଜଣାଯାଇଛି ଯେ, , ଆଜି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଅଗରଖଣ୍ଡି ଗ୍ରାମକୁ ଗସ୍ତ କରିଥିବା ସମୟରେ ହରିଜନ ସାହିର ବାସିନ୍ଦା ମାନେ ତାଙ୍କୁ ଓ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଗ୍ରାମବାସୀଙ୍କ ଏହି ଆତ୍ମୀୟତାପୂର୍ଣ୍ଣ ସ୍ୱାଗତରେ ବିଧାୟକ ଅଭିଭୂତ ହୋଇଥିଲେ। ଏହି ଅବସରରେ ସ୍ଥାନୀୟ ଲୋକ’ଙ୍କ ସହ ଆଲୋଚନା କରି ବାବା ସାହେବ ଡଃ ବି.ଆର୍. ଆମ୍ବେଦକର’ଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନର ସାମଗ୍ରିକ ବିକାଶ ଓ ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଯିବା ନେଇ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିମୂର୍ତ୍ତି ସ୍ଥଳର ଉନ୍ନତିକରଣ ଦ୍ୱାରା ଏହା କେବଳ ଏକ ସୁନ୍ଦର ପରିବେଶରେ ପରିଣତ ହେବ ନାହିଁ, ବରଂ ଆଗାମୀ ପିଢ଼ି’ଙ୍କ ପାଇଁ ବାବା ସାହେବଙ୍କ ମହାନ ବିଚାରଧାରା, ସମାନତା, ନ୍ୟାୟ ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବାର ଏକ ପ୍ରେରଣାଦାୟୀ ସ୍ଥଳ ଭାବେ ପରିଚିତ ହୋଇପାରିବ। ଦୀର୍ଘଦିନ ଧରି ନିଜ ସାହିର ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ବିକାଶ ନେଇ ଆଶା ରଖିଥିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିଧାୟକ’ଙ୍କ ଏହିଭଳି ପ୍ରତିଶ୍ରୁତି ଏକ ନୂତନ ଆଶାର ସଞ୍ଚାର କରିଛି। ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥଳର ଉନ୍ନତିକରଣ ହେଲେ ହରିଜନ ସାହିର ଗୌରବ ବୃଦ୍ଧି ପାଇବା ସହ ଗ୍ରାମର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।ଜନସାଧାରଣ’ଙ୍କ ଭାବାବେଗକୁ ସମ୍ମାନ ଦେଇ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତିକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି। ଏବେ ଏହି ପ୍ରତିଶ୍ରୁତି କେବେ ବାସ୍ତବ ରୂପ ନେବ ଏବଂ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥଳ କେବେ ଏକ ନୂତନ ରୂପ ପାଇବ, ସେନେଇ ଅଞ୍ଚଳବାସୀ ଅପେକ୍ଷା କରି ରହିଛନ୍ତି। ବାବା ସାହେବଙ୍କ ଆଦର୍ଶକୁ ସମ୍ମାନ, ସମାଜରେ ସମାନତାର ବାର୍ତ୍ତା ଓ ଗ୍ରାମର ବିକାଶ—ଏହି ତିନୋଟି ଆଶାକୁ ନେଇ ଅଗରଖଣ୍ଡି ହରିଜନ ସାହିବାସୀଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି ସଞ୍ଚାର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories