Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି ନୋଟ୍ କାରବାର,ନକଲି ନୋଟ ସହ ମୋବାଇଲ୍ ଜବତ, ଜଣେ ଗିରଫ ,

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରିଷିଡା ମେଡ଼ିକାଲ ଛକ ରେ ମ. ରାମପୁର ପୋଲିସ ଜୈନେକ ବ୍ୟକ୍ତି ଠାରୁ ନକଲି ନୋଟ ଜବତ କରି ଗିରଫ କରିଥିବା ଜଣା ପଡ଼ିଛି। ବ୍ୟକ୍ତି ଜଣ କ କର୍ଲାମୁଣ୍ଡା ବ୍ଲକ ପୌରକେଲା ପଂଚାୟତ କୁନ୍ଦେଇପାଲି ଗାଁ ର ବିରେନ୍ଦ୍ର ସୁନା ବୋଲି ଜଣାପଡିଛି ।ସୂଚନା ମତେ ବିରେନ୍ଦ୍ର ସୋମବାର ସନ୍ଧ୍ୟା ସମୟରେ ରିଷିଡା ର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନ ରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ ବିପିନ ବିହାରୀ ମିଶ୍ର ଓ କନେଷ୍ଟବଳ ରାମଲାଲ ମଲ୍ଲିକ ତା ପାଖରେ ପହଞ୍ଚି ବୀରେନ୍ଦ୍ର କୁ କାବୁ କରିଥିଲେ l
।ପରେ ତା ଠାରୁ ୨୦୦ଟଙ୍କିଆ ନକଲି ନୋଟ ୧୦୦ଖଣ୍ଡ ମୋଟ କୋଡିଏ ହଜାର ଟଙ୍କା ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲ କୁ ଜବତ କରିବା ସହ ଗିରଫ କରି ମ ରାମପୁର ଥାନା କୁ ନେଇଥିଲେ ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମ,ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଏସ ଆଇ ଶ୍ରିରାଜ ପାଢ଼ୀ ଉପସ୍ଥିତ ଥିଲେ ।ତେବେ ଏହି ନକଲି ନୋଟ କାରବାର ରେ କାହା କାହାର ସମ୍ପୃକ୍ତି ଅଛି ତାର ତଦନ୍ତ କଲେ ଆହୁରି ତଥ୍ୟ ଲୋକଲୋଚନ କୁ ଆସିବ ବୋଲି ଆଲୋଚନା ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ