ଟ୍ବିଟ୍ ଦେଖିବା ଉପରେ ଲାଗିଲା କଟକଣା; ଜାଣନ୍ତୁ ଗୋଟେ ଦିନରେ ପଢିପାରିବେ କେତେ ଟ୍ବିଟ୍

ନୂଆଦିଲ୍ଲୀ: ଟ୍ବିଟର ଉପରେ ନୂଆ କଟକଣା। ଟ୍ବିଟର ଆକାଉଣ୍ଟଧାରୀ ଅସୀମିତ ଟ୍ବିଟ୍ ପଢିପାରିବେ ନାହିଁ। ଟ୍ୱିଟ୍ ଦେଖିବା ପାଇଁ ସେମାନଙ୍କୁ ପ୍ରଥମେ ଏକ ଆକାଉଣ୍ଟ୍ ସୃଷ୍ଟି କରିବାକୁ ପଡିବ। ଏପରି କି ଟ୍ୱିଟରର ଲଗଇନ ନକଲେ ଟ୍ୱିଟର ଦେଖିହେବ ନାହିଁ। ଏଭଳି ଏକ ନୂଆ କଟକଣା ଲଗାଇଛି ଟ୍ବିଟର। ଶନିବାର ଦିନ ଏଲୋନ୍ ମସ୍କ କହିଛନ୍ତି ଯେ ‘ଡାଟା ସ୍କ୍ରାପିଂ’ ହେତୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ମସ୍କ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଅସ୍ଥାୟୀ ଜରୁରୀକାଳୀନ ପଦକ୍ଷେପ।
ମସ୍କ ଟ୍ୱିଟ୍ କରିଛନ୍ତି ଯେ ଯାଞ୍ଚ ହୋଇନଥିବା ଆକାଉଣ୍ଟଗୁଡ଼ିକ ଗୋଟିଏ ଦିନରେ ମାତ୍ର ୬୦୦ ଟ୍ୱିଟ୍ ପଢିପାରିବେ। ଯାଞ୍ଚ ହୋଇଥିବା ଆକାଉଣ୍ଟଗୁଡିକ ଗୋଟିଏ ଦିନରେ ୬୦୦୦ ପୋଷ୍ଟ ପଢିବାକୁ ସକ୍ଷମ ହେବେ। ଏଥି ସହିତ, ନୂତନ ଯାଞ୍ଚ ହୋଇନଥିବା ଆକାଉଣ୍ଟଗୁଡ଼ିକ ଗୋଟିଏ ଦିନରେ ୩୦୦ ଟି ପୋଷ୍ଟ ପଢିପାରିବେ। ଖୁବ ଶୀଘ୍ର ଏହାର ସୀମାକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମସ୍କ।