Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏହି ଦେଶର ଲୋକେ ନେଉଛନ୍ତି ସର୍ବାଧିକ ହୋମ୍‌ ଲୋନ୍‌

ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଭାରତରେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଅଗ୍ରଗତି ହେଉଥିବା ପରିଲକ୍ଷିତ ହେଉଛି। ଏ ନେଇ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ପ୍ରକାଶ ପାଇଛି। ଆରବିଆଇ ରିପୋର୍ଟ ଅନୁଯାୟୀ, ଭାରତରେ ଲୋକେ ଅଧିକରୁ ଅଧିକ ହୋମ ଲୋନ ନେଉଛନ୍ତି। ଦେଶର ମୋଟ ଋଣରେ ହୋମ ଲୋନ୍‌ର ଅଂଶ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ମୋଟ ଋଣରେ ଘରୋଇ ଋଣର ଅଂଶ ଗତ ୧୧ ବର୍ଷ ମଧ୍ୟରେ ବୃଦ୍ଧି ପାଇ ୨୦୨୩ ରେ ୧୪.୨ ପ୍ରତିଶତ ହୋଇଛି। ମାର୍ଚ୍ଚ ୨୦୧୨ ରେ ଏହା ୮.୬ ପ୍ରତିଶତ ଥିଲା। ଆରବିଆଇ ନିକଟରେ ପ୍ରକାଶିତ ଆର୍ଥିକ ସ୍ଥିରତା ରିପୋର୍ଟ (FSR) ରେ ଏହି ସୂଚନା ପ୍ରଦାନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଦ୍ୱାରା ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ଦିଆଯାଇଥିବା ମୋଟ ଋଣ ୧୬.୫ ପ୍ରତିଶତ ରହିଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆବାସ କ୍ଷେତ୍ରରେ ଭଲ ଅଭିବୃଦ୍ଧି ରହିଛି । ଗତ ଆର୍ଥିକ ବର୍ଷରେ ଘର ବିକ୍ରିରେ ୨୧.୬ ପ୍ରତିଶତ ବୃଦ୍ଧି ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ମୋଟ ଋଣରେ ଘରୋଇ ଋଣର ଅଂଶ ମାର୍ଚ୍ଚ ୨୦୧୨ ରୁ ବୃଦ୍ଧି ଘଟି ୧୧ ବର୍ଷ ପରେ ଅର୍ଥାତ୍ ମାର୍ଚ୍ଚ ୨୦୨୩ ରେ ୧୪.୨ ପ୍ରତିଶତ ହୋଇଛି।

More Stories