Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାହାରାର ଲକ୍ଷାଧିକ ଜମାକାରୀଙ୍କ ପାଇଁ ଆଶ୍ଵସ୍ତିକର ଖବର, ୪୫ ଦିନ ଭିତରେ ଫେରି ପାଇବେ ଟଙ୍କା

ନୂଆଦିଲ୍ଲୀ: ସାହାରା ଇଣ୍ଡିଆରେ ଫସିଥିବା ଲକ୍ଷାଧିକ ଜମାକାରୀଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି। ଏହି ପୋର୍ଲାଟ୍ ମାଧ୍ୟମରେ ବର୍ତ୍ତମାନ ସାହାରା ଇଣ୍ଡିଆର ନିବେଶକ ନିଜର ଜମା ପୁଞ୍ଜି ଫେରି ପାଇବା ପାଇଁ ଦାବି କରି ପାରିବେ। ଏଥିସହ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଅମିତ ଶାହ ପୋର୍ଟାଲ୍ ଲଞ୍ଚ କରି କହିଛନ୍ତି ପାଖାପାଖି ୧ କୋଟି ଲୋକ ପୋର୍ଟାଲରେ ଆବେଦନ କରିବାର ୪୫ ଦିନ ଭିତରେ ନିଜର ଜମା ଟଙ୍କା ଫେରସ୍ତ ପାଇ ପାରିବେ।

ସୂଚନାଯୋଗ୍ୟ, ସରକାର ମାର୍ଚ୍ଚ ୨୯ରେ କହିଥିଲେ ଯେ, ସାହାରା ଗ୍ରୁପର ୪ ସହାୟକ ସଂସ୍ଥାର ପ୍ରାୟ ୧୦ କୋଟି ନିବେଶକଙ୍କୁ ୯ ମାସ ଭିତରେ ସେମାନଙ୍କର ଜମା ଟଙ୍କା ଫେରସ୍ତ କରାଯିବ। ୫୦୦୦ କୋଟି ଟଙ୍କା ସାହାରା-ସେବି ରିଫଣ୍ଡ ଖାତାରୁ କେନ୍ଦ୍ରୀୟ ସହକାରୀ ସମିତି ରେଜିଷ୍ଟ୍ରାରକୁ ହସ୍ତାନ୍ତର ହେବା କରାଯାଉ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ କେନ୍ଦ୍ର ସରକାର ଉପରୋକ୍ତ ଘୋଷଣା କରିଥିଲେ।

ଏହି ପୋର୍ଟାଲ ଜରିଆରେ ସେହି ପୁଞ୍ଜି ଜମାକାରୀଙ୍କୁ ଅର୍ଥ ମିଳିବ, ଯାହାଙ୍କ ନିବେଶ ଅବଧି ପୂରା ହୋଇ ସାରିଛି। କେଉଁଭଳି ଜମାକାରୀ ନିଜର ପଇସା ଫେରି ପାଇବେ ଏହି ବିଷୟରେ ଓ୍ଵେବସାଇଟ୍‌ରେ ସଂପୂର୍ଣ୍ଣ ତଥ୍ୟ ଉପଲବ୍ଧ ରହିବ। ସାହାରା ଇଣ୍ଡିଆର ସମସ୍ତ ନିବେଶକଙ୍କୁ ସିଆରସି ଜରିଆରେ ଜମା ପୁଞ୍ଜି ମିଳିବ ବୋଲି ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ। ଏବେ ସରକାରଙ୍କ ସଦ୍ୟତମ ପଦକ୍ଷେପରେ ନିବେଶକଙ୍କୁ ସେମାନଙ୍କର ଜମା ପୁଞ୍ଜି ମିଳିବା ନେଇ ଆଶା ଜାଗି ଉଠିଛି। ୨୦୨୧ରେ ସାହାରା-ସେବି ଫଣ୍ଡ ଗଠନ ହୋଇଥିଲା।