Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ, ପାସ୍ କଲେ ଏତିକି ପରୀକ୍ଷାର୍ଥୀ

ଭୁବନେଶ୍ଵର: ସୋମବାର ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ କୃତକାର୍ଯ୍ୟ କରିଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ।

ସୂଚନାଯୋଗ୍ୟ, ଜୁଲାଇ ୩ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର‌୍ୟ୍ୟନ୍ତ ଚାଲିଥିଲା। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ହଜାର ପରୀକ୍ଷାର୍ଥୀ ଥିଲେ । ଏଥିରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ସଂଖ୍ୟା ମାତ୍ର ୧୧ଶହ ଥିଲେ । ଦୁଇଟି ଯାକ ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ୮୦ଟି ସେଣ୍ଟର କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ