Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ରେ ଓଡ଼ିଶାରେ ବିଜେପି ଏକାକୀ ଲଢିବ ଓ ସରକାର ଗଢିବ: ଭୂପେନ୍ଦ୍ର ଯାଦବ

ଭୁବନେଶ୍ଵର: ରାଜ୍ୟରେ ପରସ୍ପରକୁ ବିରୋଧୀ କହୁଥିଲେ ହେଁ କେନ୍ଦ୍ରରେ ବିଜେପି ଓ ବିଜେଡିକୁ ଏକାଠି ଦେଖିବାକୁ ମିଳି ଆସିଛି। ସଂସଦର ଉଭୟ ଗୃହରେ ଏହି ଦୁଇ ଦଳର ସଂପର୍କ ବେଶ ନିବିଡ଼। ଅନେକ ପ୍ରସଙ୍ଗରେ ବିଜେପିକୁ ଖୋଲାଖୋଲି ସମର୍ଥନ କରି ଆସିଛି ବିଜୁ ଜନତା ଦଳ। ଆଉ କେନ୍ଦ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାରେ ସଙ୍କୋଚ କରି ନାହିଁ। ନିକଟରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ଏହାର ନିଚ୍ଛକ ଚିତ୍ର ଦେଖିଛନ୍ତି ଓଡ଼ିଶାବାସୀ। ତେଣୁ ରାଜ୍ୟରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଖୁବ୍ ଧରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପି ଏକା ଲଢିବ। ବିଜେଡି ସହ କୌଣସି ମେଣ୍ଟ ହେବନି। ଏକା ଲଢି ରାଜ୍ୟରେ ସରକାର ଗଢିବୁ।

ସୂଚନାଯୋଗ୍ୟ, ବିଗତ ଦିନ ଘଟଣାକ୍ରମକୁ ଦେଖିଲେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଘନିଷ୍ଠତା ବଢିଥିବା ପ୍ରତୀତମାନ ହୁଏ। ସମଦୂରତା ବଜାୟ ରଖିଥିବା ବିଜେଡି କହୁଥିଲେ ମଧ୍ୟ ଅନେକ ବିଧେୟକରେ ବିଜେପିକୁ ସମର୍ଥନ ଦେବା ରାଜ୍ୟରେ ବଡ଼ ପ୍ରସଙ୍ଗ ପାଲଟିଛି। ନିକଟରେ ଦିଲ୍ଲୀ ସର୍ଭିସ୍ ବିଲ୍ ଏବଂ ଅନାସ୍ଥା ପ୍ରସ୍ତାବ ଉଭୟରେ ବିଜେଡି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ ଜଣାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ