Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ବିଜେପି ସହ ମେଣ୍ଟ ହେବନି, ରାଜ୍ୟରେ ଦଳର ସ୍ଥିତି ଭଲ ଅଛି: କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଭୁବନେଶ୍ଵର: ଓଡ଼ିଶାରେ ବିଜେଡି ସହ ମେଣ୍ଟ ହେବ ନାହିଁ ବୋଲି ଆଜି ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି। ରବିବାର ଭୁବନେଶ୍ଵରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୋତେ ଲାଗୁଛି ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି। ଓଡ଼ିଶାରେ ବିଜେପିର ସ୍ଥିତି ଭଲ ଅଛି। ଏହି କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ।

ଓଡ଼ିଶାରେ ବିଜେପି ଏବଂ ବିଜେଡ଼ି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ବୋଲି ନିକଟରେ କହିଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭୁବନେଶ୍ଵରରେ ଅାୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ସେ କହିଛନ୍ତି, ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେପି ଏକା ଲଢିବ। ବିଜେଡି ସହ କୌଣସି ମେଣ୍ଟ ହେବନି। ଏକା ଲଢି ରାଜ୍ୟରେ ସରକାର ଗଢିବୁ ବୋଲି ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ।

ରାଜ୍ୟରେ ପରସ୍ପରକୁ ବିରୋଧୀ କହୁଥିଲେ ହେଁ କେନ୍ଦ୍ରରେ ବିଜେପି ଓ ବିଜେଡିକୁ ଏକାଠି ଦେଖିବାକୁ ମିଳି ଆସିଛି। ସଂସଦର ଉଭୟ ଗୃହରେ ଏହି ଦୁଇ ଦଳର ସଂପର୍କ ବେଶ ନିବିଡ଼। ଅନେକ ପ୍ରସଙ୍ଗରେ ବିଜେପିକୁ ଖୋଲାଖୋଲି ସମର୍ଥନ କରି ଆସିଛି ବିଜୁ ଜନତା ଦଳ। ଆଉ କେନ୍ଦ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବାରେ ସଙ୍କୋଚ କରି ନାହିଁ। ନିକଟରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ଏହାର ନିଚ୍ଛକ ଚିତ୍ର ଦେଖିଛନ୍ତି ଓଡ଼ିଶାବାସୀ। ତେଣୁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଖୁବ୍ ଧରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି

ସୂଚନାଯୋଗ୍ୟ, ବିଗତ ଦିନ ଘଟଣାକ୍ରମକୁ ଦେଖିଲେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟରେ ଘନିଷ୍ଠତା ବଢିଥିବା ପ୍ରତୀତମାନ ହୁଏ। ସମଦୂରତା ବଜାୟ ରଖିଥିବା ବିଜେଡି କହୁଥିଲେ ମଧ୍ୟ ଅନେକ ବିଧେୟକରେ ବିଜେପିକୁ ସମର୍ଥନ ଦେବା ରାଜ୍ୟରେ ବଡ଼ ପ୍ରସଙ୍ଗ ପାଲଟିଛି। ନିକଟରେ ଦିଲ୍ଲୀ ସର୍ଭିସ୍ ବିଲ୍ ଏବଂ ଅନାସ୍ଥା ପ୍ରସ୍ତାବ ଉଭୟରେ ବିଜେଡି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ ଜଣାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ