ପାରଳାଖେମୁଣ୍ଡି:୧/୯(ଆନିସ)ଗଜପତି ଜିଲ୍ଲା ମୋହନା ସଦର ମହକୁମାର ସ୍ଥାନୀୟ କଣ୍ଟେଇ କୋଳି ଗ୍ରାମ ନିକଟରେ ଦୀର୍ଘ ବର୍ଷ ପରେ ଦେଖିବାକୁ ମିଳିଛି କୁଇ ବା କନ୍ଧ ଆଦିବାସୀ ମାନଙ୍କ ଏକ କୁଇ ( କାନ୍ଧ) ଉନ୍ନୟନ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହଇ ଯାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଉନ୍ନୟନ ସମିତି ପାଇଁ କର୍ମକର୍ତ୍ତା ଚୟନ ହୋଇଯାଇଛି । ନିର୍ବାଚିତ ରାଜ ନୈତିକ ଏବଂ ବ୍ୟକ୍ତି ବିଶେଷଙ୍କୁ କର୍ମକର୍ତ୍ତା ଭାବେ ନୂତନ କମିଟିରେ ଚୟନ କରାଯାଇଥିଲା । ଏହାକୁ ଭିତ୍ତି କରି କମିଟିରେ ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇ ଥିଲା । ଜିଲ୍ଲାର ମୋହନା, ଆର.ଉଦୟ ଗିରି,ନୂଆ ଗଡ଼ ଆଦି ବିଭିନ୍ନ ବ୍ଳକ୍ ରୁ ପ୍ରାୟ ୪ ଶହରୁ ଉର୍ଦ୍ଧ ଲୋକ କୁଇ(କନ୍ଧ )ସମ୍ପ୍ରଦାୟର ପୁରୁଷ ଓ ମହିଳା ସମଭାବରେ ଯୋଗ ଦେଇଥିଲେ ।ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା ପରେ ପୂର୍ଣ୍ଣାଙ୍ଗଭାବେ ୧୮ ଜଣିଆ କମିଟି ଚୟନ ହୋଇଥିଲା । ଏହାକୁ ଗଜପତି ଜିଲ୍ଲାକୁଇ କନ୍ଧ ଉନ୍ନୟନ ସମିତିର ସଭାପତି ଭାବେ ଶ୍ରୀ ହରି ମଳିକ ସର୍ବ ସମ୍ମନିତ ଚୟନ ହୋଇଥିବା ବେଳେ ଉପ ସଭାପତି ଭାବେ ସୁଶ୍ରୀ ମମତା ମଳିକ ଙ୍କୁ ଚୟନ କରାଯାଇଥିଲା । ସମ୍ପାଦକ ଭାବେ ଶ୍ରୀ ଦାଉଦ ମଳିକ, ସହ ସମ୍ପାଦକ ଶ୍ରୀ ଜାଖବ୍ ମାଝୀ, କୋଷାଧ୍ୟକ୍ଷ ଶ୍ରୀ ଝୀଖ ରୀୟ ମାଝୀ ଚୟନ ହୋଇଥିଲେ । ଏବଂ ଉପଦେଷ୍ଟା ଶ୍ରୀ ରବିନ୍ଦ୍ର ମଳିକ, ମଶା ମାଝୀ, ଜୁଏଲ୍ ମାଝୀ, ଏହାସହ ସୁଚନା ଦାତା ବା ଝାଟୀଆ ପାଇ ମିଶ୍ର ମାଝୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭାରେ ମୋହନା ଜୋନର ଜିଲ୍ଲା ପରିଷଦ ଶ୍ରୀ ଚନ୍ଦ୍ର କୁମାର ମଳିକ ଅଡ଼ବା ଜୋନର ସମିତି ସଭ୍ୟଶ୍ରୀ ବାଳକୃଷ୍ଣ ମଳିକ ମେରା ପଲ୍ଲୀ ପଞ୍ଚାୟତର ସଭ୍ୟା ଟୁନି ମଳିକ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସୁନିତା ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ହାଢୀଆ କନ୍ଧ, ପ୍ରଭାକର ମଳିକ, ବିଳାସ ମାଝୀ,ଚନ୍ଦ୍ରିକା ମଳିକ,ଜୁରୀଆ ମଳିକ ପ୍ରତ୍ୟେକ ଗାଁରୁ ଆସିଥିବା ଯୁବ ଓ ଯୁବତୀମାନେ ସହଯୋଗ କରିଥିଲେ ।