Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ଵର: ଦେଶରେ କୌଣସି ସମୟରେ ଆଗୁଆ ନିର୍ବାଚନ ହୋଇପାରେ। ଏହାକୁ ନେଇ ଆଞ୍ଚଳିକ ଦଳଠୁ ନେଇ ଜାତୀୟସ୍ତର ଦଳର ଗତିବିଧି ବଢି ଯାଇଛି। ଦେଶର ରାଜନୀତି ମଧ୍ୟ ଉଷ୍ମ ହୋଇ ଉଠିଛି। ଏହି କ୍ରମରେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ଶାସକ ବିଜୁ ଜନତା ଦଳ(ବିଜେଡି)ର ଗୁରୁତ୍ଵପୂର୍ଣ୍ଣ ମିଟିଂ ହେବାକୁ ଯାଉଛି। ଜିଲ୍ଲା ପର‌୍ୟ୍ୟବେକ୍ଷକଙ୍କ ସହ ବରିଷ୍ଠ ନେତାଙ୍କୁ ମିଟିଂରେ ଡକରା ହୋଇଛି। ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି, ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ସଭାକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ଆଗାମୀ ନିର୍ବାଚନରେ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ଦଳୀୟ କନ୍ଦଳ। କାରଣ ପ୍ରତି ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଅଛନ୍ତି। ଟିକେଟ୍ ପାଇବା ପାଇଁ ନେତାଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ଵନ୍ଦ୍ଵିତା ଚାଲିଛି, ଯାହା ଦଳୀୟ ହାଇକମାଣ୍ଡଙ୍କୁ ଅକଳରେ ପକାଇପାରେ। ବୈଠକରେ ଏସବୁ ବିଷୟରେ ଆଲୋଚନା ହୋଇପାରେ। ଦଳ କ୍ରମାଗତ ଷଷ୍ଠ କ୍ଷମତା ଦଖଲ ପାଇଁ ଅଣ୍ଟା ଭିଡିଛି। ରାଜ୍ୟରେ ବିରୋଧୀ ଦଳଙ୍କ ସ୍ଥିତି ଦୁର୍ବଳ ଥିବାରୁ ଦଳକୁ ଜିତିବାର ପୂର୍ଣ୍ଣ ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ