ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତର କଂଗ୍ରେସ ଓ ବିଜେପି ଦଳର ଶତାଧିକ କର୍ମୀ ବିଜେଡି ରେ ଯୋଗଦାନ


ପାରଳାଖେମୁଣ୍ଡି:୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରମ୍ପା ଗ୍ରାମ ପଞ୍ଚାୟତ ରମ୍ପା ଗ୍ରାମର କଂଗ୍ରେସ ଓ ବିଜେପି ଦଳର ଶତାଧିକ କର୍ମୀ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶ ଓ ନୀତି କୁ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବରିଷ୍ଟ ନେତା ଡଃ . ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରପତି ରାଓ,ଜିଲ୍ଲା ଯୁବବିଜୁ ଜନତା ଦଳର ସଭାପତି ଏସ. ଲିଙ୍ଗରାଜ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ.ବୀର ରାଜୁ
ଗୋଷାଣି ବ୍ଲକ ବିଜେଡ଼ି ସଭାପତି ସିଏଚ.ଇଶ୍ଵର ରାଓ , ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ,ରାଜ୍ୟ ବିଜେଡ଼ି ସମ୍ପାଦକ ଶ୍ରୀ ବସନ୍ତ ଦାସ ଓ ଶ୍ରୀ ମରୁତ ପାଳ, ଜିଲ୍ଲା ପରିଷଦ ସଦସ୍ୟ ଏସ . ବାଲରାଜୁ, ଜିଲ୍ଲା ପରିଷଦ ସଦସ୍ୟା ପି.ଲୀଳାବତୀ, ଜିଲ୍ଲା ଉପ ସଭାପତି ଶ୍ରୀ ଲକ୍ଷ୍ମୀକାନ୍ଥ ପରିଚ୍ଛା, ବରିଷ୍ଟ ନେତା,ୱାଇ. ରାମଚନ୍ଦ୍ର ରାଓ,କାଶିନଗର ବ୍ଲକ ବିଜେଡ଼ି ସଭାପତି ଅଖିଲ ପାତ୍ର ଓ ଯୁବନେତା ଜି.ବିଜୟ କୁମାର(ଚିନି) ପ୍ରମୁଖଙ୍କ ଉପସ୍ଥିତି ରେ ଏହି ମିଶ୍ରଣ ପର୍ବ ଆୟାଜିତ ହୋଇଥିଲା । ଶହେରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଆଜି ବିଜେଡ଼ି ରେ ଯୋଗ ଦେଇଛନ୍ତି ।