Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂଗଠନ ସି.ସି.ଡ଼ି ଦ୍ଵାରା ଭୌତିକ ଚିକିତ୍ସା ଦିବସ ଆୟୋଜିତ

ପାରଳାଖେମୁଣ୍ଡି:୮/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର୍ ଫର୍ କମ୍ୟୁନିଟି ଡେଭଲେପମେଣ୍ଟ (ସିସିଡି) ଆନୁକୁଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଜପତି ସହାୟତାରେ ବିଶ୍ୱ ଭୌତିକ ଚିକିତ୍ସା ଦିବସ ଆୟୋଜିତ ହୋଇଯାଇଛି ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଅଧିକାରୀ ସନ୍ତୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରୋଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ (ଆରବିଏସକେ) ର ଭୌତିକ ଚିକିତ୍ସକ ପ୍ରମୋଦ କୁମାର ପାଢୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗରୁ ସୁମନ୍, ସମର୍ଥ ର ଅଧ୍ୟକ୍ଷ ନିରଜ୍ଞନ ବେହେରା, ସମର୍ଥ ସଂପାଦକ ସନ୍ତୋଷ କୁମାର ମହାରଣା, ସମର୍ଥ କୋଷାଦ୍ଦ୍ୟକ ପି. ଚିନ୍ନାରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୩୨ ଜଣ ଶିଶୁ ଓ ସେମାନଙ୍କ ଅଭିଭାବକ ମାନେ ଯୋଗଦେଇଥିଲେ । ପ୍ରାରମ୍ବିକ ଭାଷଣରେ କେଦାରନାଥ ପାଣିଗ୍ରାହୀ ସମସ୍ତ କୁ ସ୍ୱାଗତ କରିଥିଲେ ଏବଂ ସରୋଜନୀ ରଇତ, ଭୌତିକ ଚିକିତ୍କିକ, ସିସିଡି ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଉପରେ ଅବଗତ କରାଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ, ଗଜପତି ଦ୍ୱାରା ୨୫ ଜଣ ମାନସିକ ବିକାରଗସ୍ତ ଶିଶୁଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ୫୬ ଜଣ ଶିଶୁଙ୍କୁ ସରକାରଙ୍କ ଦ୍ୱାରା ସହାୟତା ଯୋଗାଇ ଦିଆଯାଇଛି ଏବଂ ଏହା ବ୍ୟତୀତ ମୋଟ ୬୭ ଜଣ ଭିନ୍ନକ୍ଷମ ଶିଶୁଙ୍କୁ ସିସିଡି ଦ୍ୱାରା ଭୌତିକ ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ସରୋଜିନୀ ରଇତ ଉଲ୍ଲେଖ କରିଥିଲେ ।ମୁଖ୍ୟ ଅତିଥି ସନ୍ତୋଷ କୁମାର ନାୟକ ସିସିଡି ଏବଂ ଭୌତିକ ଚିକିତ୍ସକ ଙ୍କୁ ବହୁତ ପ୍ରୋତ୍ସାହନ କରିଥିଲେ ଏବଂ ସେମାନଙ୍କ ର ଅବଦାନକୁ ଏକ ମହାପୁଣ୍ୟ କର୍ତ୍ତବ୍ୟ ଓ ଏହା ମାନବ ସେବା ବୋଲି କହିଥିଲେ । ଏହା ସହିତ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ତଥା ମାସିକ ଭତ୍ତା, ବାଣୀଶ୍ରୀ ଭତ୍ତା, ୟୁଡିଆଡି କାର୍ଡ ଉପରେ ଅବଗତ କରାଇଥିଲେ । ସମର୍ଥର ନିରଞ୍ଜନ ବେହେରା ଏବଂ ସନ୍ତୋଷ କୁମାର ମହାରଣା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରାଇବ ସହ ଭୌତିକ ଚିକିତ୍ସା ଏକ ଉତ୍କୃଷ୍ଟ ମାର୍ଗ ଯଦ୍ୱାରା କି କମ୍ ଖର୍ଚ୍ଚରେ ମାନସିକ ଓ ଶାରିରୀକ ବିକାର ଗ୍ରସ୍ତ ଶିଶୁ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ବୋଲି ବିବେଚନା କରିଥିଲେ । ଏହା ସହିତ ଜିଲ୍ଲା ଭୌତିକ ଚିକିତ୍ସକ ପ୍ରମୋଦ କୁମାର ପାଢୀ ସମସ୍ତ ଅଭିଭାବକ ମାନଙ୍କୁ ପ୍ରୋତ୍ସାହନ କରିଥିଲେ ଯେ ଭୌତିକ ଚିକିତ୍ସା ଏକ ଲମ୍ବା ପ୍ରୟାସ ଏବଂ ଏଥିରେ ବିରକ୍ତି କିମ୍ବା ବିବ୍ରତ ନ ହୋଇ ଆଗକୁ ବଢିବାକୁ ହେବ ଏବଂ ନିଶ୍ଚିତ ସଫଳତା ପାଇବେ ।
ଭୌତିକ ଚିକିତ୍ସା ଦ୍ୱାରା ସିସିଡିର ସଫଳତା କୁ ପାୱାର ପଏଣ୍ଟ ମାଧ୍ୟମରେ ସରୋଜିନୀ ରଇତ ଦର୍ଶାଇଥିଲେ ଏବଂ ଏକ ସଫଳତାର କାହାଣୀ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ ସିସିଡି କ ଏସ୍.ସିହ୍ମାନ୍ଚଳମ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିସିଡି କର୍ମକର୍ତ୍ତା ସହଯୋଗ କରିଥିଲେ ।

More Stories