Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୌମ୍ୟଙ୍କୁ ନେଇ ଉଠୁଛି ପଡ଼ୁଛି ରାଜନୀତି, ପ୍ରତାପଙ୍କ ପରେ ଅମର କହିଲେ- ଦଳରେ ରହି ଦଳକୁ ବଦନାମ କରୁଛନ୍ତି

ଭୁବନେଶ୍ଵର: ଶାସକ ବିଜୁ ଜନତା ଦଳ(ବିଜେଡି)ର ବରିଷ୍ଠ ନେତା ତଥା ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ସମ୍ବାଦ ପତ୍ରରେ ଆଲେଖ୍ୟ ଓ ଗଣମାଧ୍ୟମରେ ବୟାନକୁ ନେଇ ବିଜେଡି ଦଳର ଅନେକ ବରିଷ୍ଠ ନେତା ସୌମ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି। ଆଳି ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ପରେ ସାଂସଦ ଅମର ପଟ୍ଟନାୟକ ସୌମ୍ୟଙ୍କୁ ଆଜି ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସୌମ୍ୟ ପଟ୍ଟନାୟକ କଣ, ତାଙ୍କର ଆଭିମୁଖ୍ୟ କଣ ସମସ୍ତେ ଜାଣିଛନ୍ତି। ଦଳରେ ରହି ଦଳକୁ ବଦନାମ କରୁଛନ୍ତି। ଏହାକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ।

ଗତକାଲି ପୂର୍ବାହ୍ଣରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସୌମ୍ୟ ବାବୁ ଜଣେ ଶିକ୍ଷିତ ଓ ଜ୍ଞାନୀ ଗୁଣି ଲୋକ। ତାଙ୍କୁ ଉପଦେଶ ଦେବା ମୋର କିଛି ଦରକାର ନାହିଁ। ସୌମ୍ୟ ବାବୁ ବିଜେଡିର ବିଧାୟକ ଅଛନ୍ତି। ତଥାପି ନିରନ୍ତର ଭାବେ ଦଳର ସମାଲୋଚନା କରୁଛନ୍ତି। ଯଦି ସମାଲୋଚନା କରିବାର ଅଛି ଦଳରୁ ବାହାରି ଯାଇ କରନ୍ତୁ। ଯଦି ସୌମ୍ୟ ବାବୁ କିଛି କହିବାକୁ ଚାହୁଁଛନ୍ତି ତା ହେଲେ ସେହି କଥା ଫୋରମ ଭିତରେ ଉଠାଇବା କଥା। କିନ୍ତୁ ସେ ଏପରି କୁର ନାହାନ୍ତି। ତା ହେଲେ ତାଙ୍କୁ ଦଳରେ ରହିବା ଅନୁଚିତ୍। ଘର ଭିତରେ ଥାଇ ଆଲୋଚନା ଓ ସମାଲୋଚନା କରିବା ଉଚିତ୍ ନୁହେଁ।

ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଜ୍ଞାନେନ୍ଦ୍ର ସୌମ୍ୟଙ୍କୁ ହିମାଳୟ ସହ ତୁଳନା କରିଛନ୍ତି। ସେ କହିଛନ୍ତି ହିମାଳୟକୁ ଟେକା ମାରିଲେ ହିମାଳୟର କିଛି କ୍ଷତି ହେବ ନାହିଁ। ଟେକା ମାରୁଥିବା ଲୋକଟି ହାସ୍ୟାସ୍ପଦ ହୁଏ। ସୌମ୍ୟଙ୍କ ଓଡ଼ିଶା ପ୍ରତି ବେଶ ଅବଦାନ ରହିଛି। ତାଙ୍କର ନିଜସ୍ଵ ବିଚାର ଅଛି। ଓଡ଼ିଶାର ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସୌମ୍ୟ ବାବୁଙ୍କ ଅବଦାନକୁ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ।

More Stories