Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁଖାଇ ପରଦିନ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ନୂଆଁଖାଇ ପର୍ବ ପାଳନ ଅବସରରେ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବାକୁ ଦାବି ହୋଇଆସୁଥିଲା । ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳେଇ ରାଜ୍ୟ ସରକାରଙ୍କୁ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡରେ ଉକ୍ତ ଦିନଟିକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବକୁ ସହୃଦୟତା ସହିତ ବିଚାର କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡରେ ସେପ୍ଟେମ୍ବର ୨୧ ତାରିଖଦିନକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଅନୁମତି ପ୍ରଦାନକରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ