Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପରିଛଳ ଗ୍ରାମରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଅଛି। ଏଥିରେ ଉକ୍ତ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଉଭୟଙ୍କ ଦ୍ଵାରା ସ୍ଥାନୀୟ ଜନ ସାଧାରଣ ମାନଙ୍କୁ ନେଇ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି। ସତ୍ୟ ଅହିଂସା ର ପ୍ରତୀକ ନିର୍ଭୀକ ତଥା ନୀତିବାନ ମଣିଷ ଜାତିର ମାର୍ଗଦର୍ଶକ ହେଉଛନ୍ତି ଗାନ୍ଧୀ ସେଇଭଳି ଭାବରେ ଜଣେ ସରଳ ବ୍ୟକ୍ତିତ୍ଵ ଉଚ୍ଚ କୋଟି ର ଚିନ୍ତାଧାରା ତଥା ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲ୍ ବାହାଦୁର ଶାସ୍ତ୍ରୀ। ଏହି କାର୍ଯ୍ୟକ୍ରମ ରେ ପରିଛଳ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡ଼ାକ୍ତର ଦେବୀ ପ୍ରସାଦ ମିଶ୍ର, ଫାର୍ମାସିଷ୍ଟ ଶୁଭ୍ରକାନ୍ତ ମହାପାତ୍ର, ପଶୁ ଡାକ୍ତର ଅଶୋକ କୁମାର ସାହୁ, ବିଜୟ ପଟ୍ଟନାୟକ,ବ୍ରଜମୋହନ ସାହୁ, ଶିବ ଶତପଥୀ, ଗଦାଧର ସାହୁ, ପ୍ରଭାତ ସେଠୀ, ଅବିନାଶ ସାମନ୍ତରାୟ ଏବଂ ସଞ୍ଜୟ ମହାପାତ୍ର ପ୍ରମୁଖ ମାନେ ଯୋଗଦାନ କରି ଗାନ୍ଧୀ ଏବଂ ଶାସ୍ତ୍ରୀ ଙ୍କ ଗୁଣଗାନ କରିଥିଲେ।

More Stories