Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପରିଛଳ ଗ୍ରାମରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଅଛି। ଏଥିରେ ଉକ୍ତ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଉଭୟଙ୍କ ଦ୍ଵାରା ସ୍ଥାନୀୟ ଜନ ସାଧାରଣ ମାନଙ୍କୁ ନେଇ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି। ସତ୍ୟ ଅହିଂସା ର ପ୍ରତୀକ ନିର୍ଭୀକ ତଥା ନୀତିବାନ ମଣିଷ ଜାତିର ମାର୍ଗଦର୍ଶକ ହେଉଛନ୍ତି ଗାନ୍ଧୀ ସେଇଭଳି ଭାବରେ ଜଣେ ସରଳ ବ୍ୟକ୍ତିତ୍ଵ ଉଚ୍ଚ କୋଟି ର ଚିନ୍ତାଧାରା ତଥା ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲ୍ ବାହାଦୁର ଶାସ୍ତ୍ରୀ। ଏହି କାର୍ଯ୍ୟକ୍ରମ ରେ ପରିଛଳ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡ଼ାକ୍ତର ଦେବୀ ପ୍ରସାଦ ମିଶ୍ର, ଫାର୍ମାସିଷ୍ଟ ଶୁଭ୍ରକାନ୍ତ ମହାପାତ୍ର, ପଶୁ ଡାକ୍ତର ଅଶୋକ କୁମାର ସାହୁ, ବିଜୟ ପଟ୍ଟନାୟକ,ବ୍ରଜମୋହନ ସାହୁ, ଶିବ ଶତପଥୀ, ଗଦାଧର ସାହୁ, ପ୍ରଭାତ ସେଠୀ, ଅବିନାଶ ସାମନ୍ତରାୟ ଏବଂ ସଞ୍ଜୟ ମହାପାତ୍ର ପ୍ରମୁଖ ମାନେ ଯୋଗଦାନ କରି ଗାନ୍ଧୀ ଏବଂ ଶାସ୍ତ୍ରୀ ଙ୍କ ଗୁଣଗାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଟିମ ଦ୍ୱାରା ବାଲ୍ୟ ବିବାହ ହେବାକୁ ଯାଉଥିବା ଯୁବତୀ ଉଦ୍ଧାର ପାରଳାଖେମୁଣ୍ଡି:୨୮/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ବୈଶାଳୀ ପଟ୍ଟନାୟକ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, ଗଜପତି ଜିଲ୍ଲା ଗୋଶାଣି ବ୍ଲକର ଗାରବନ୍ଧ ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ଯାଉଅଛି, ଏହି ଖବର ପାଇବା ପରେ ତତକ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜିକା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ, ଏବଂ ଏହାପରେ ସଙ୍ଗେ ସଙ୍ଗେ ଏକ ଦଳ ଗଠନ କରାଯାଇଥିଲା, ଯେଉଁଥିରେ ଗୋଶାଣି ବ୍ଲକ ର ଆସିଡିଏସର ସୁପରଭାଜର, ଡିସିପିୟୁ ର ପରାମର୍ଶଦାତା ,ଚାଇଲ୍ଡ ହେଲ୍ପ ଲାଇନର ସୁପରଭାଇଜର, ସଖୀ କେନ୍ଦ୍ରର ସଦସ୍ୟା, ଆଭା NGOର ସଦସ୍ୟା , ଗାରାବନ୍ଧ ଥାନାର IIC ମିଳିତ ଭାବରେ ଉକ୍ତ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଥିବା ପରିବାରକୁ ବାଲ୍ୟ ବିବାହ ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ବୁଝାଇଥିଲେ ଏବଂ ଝିଅଟିର ବୟସ ୧୫ ବର୍ଷ ୫ ମାସ ହୋଇଥିବାରୁ ଝିଅକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ଠାରେ ଉପସ୍ଥାପନା କରିଥିଲେ ଏବଂ ଶିଶୁ କଲ୍ୟାଣ ସମିତିର ଆଦେଶକ୍ରମେ ଶିଶୁଟିକୁ ଅଧିକ ପରାମର୍ଶସେବା ଯୋଗାଇ ଦେବା ନିମନ୍ତେ ସକ୍ଷୀ one stop centre କୁ ପଠାଯାଇଥିଲା । ଶିଶୁଟିର ଉଜ୍ଜଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁକୁ ପାଠ ପଢାଇବେ ଏବଂ ବୟସ ନହେବା ପର୍ଯ୍ୟନ୍ତ ଶିଶୁର ବିବାହ କରିବେ ନାହିଁ ବୋଲି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ପୁଣି ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧକାରିଣୀ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣାପଢ଼ିଛି.।