Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା; ଆଇପିଏଲ୍‌ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ଖେଳିବେନି ଶ୍ରେୟସ

ମୁମ୍ବାଇ: ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟ୍‌କା। ଟିମ୍‌ ଇଣ୍ଡିଆର ବ୍ୟାଟର ତଥା ଆଇପିଏଲ୍‌ କୋଲକାତା ନାଇଟ୍‌ ରାଇଡର୍ସର କ୍ୟାପ୍ଟେନ୍ ଶ୍ରେୟସ ଆୟର ଖେଳରୁ ପଡ଼ିଲେ ବାଦ୍‌। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ତାଙ୍କୁ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି। ତାଙ୍କର ସର୍ଜରୀ ହୋଇପାରେ। ବିସିସିଆଇ ଗାଇଡ୍‌ଲାଇନ୍‌ରେ ସର୍ଜରୀ କରାଯିବ ବୋଲି ସୂଚନା ମିଳିଛି।

ଡାକ୍ତର ସର୍ଜରୀ ପାଇଁ ପରାମର୍ଶ ଦେଇଥିବାରୁ ୫ ମାସ ପାଇଁ ତାଙ୍କୁ କ୍ରିକେଟ୍‌ରୁ ଦୂରେଇ ରହିବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ହୁଏତ ଅଷ୍ଟ୍ରେଲିଆ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍‌ସିପ୍ ଫାଇନାଲ୍ ଓ ମାର୍ଚ୍ଚ ୩୧ରେ ହେବାକୁ ଯାଉଥିବା ଆଇପିଏଲ୍‌ ମ୍ୟାଚ୍ ଖେଳି ନପାରନ୍ତି।

ତେବେ ଆୟରଙ୍କ ସ୍ଥାନରେ ଆଉ କିଏ ଖେଳିବ ସେ ନେଇ ନିଷ୍ପତ୍ତି ନେବ ବିସିସିଆଇ। ଏହା ପୂର୍ବରୁ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମ୍ରା ପିଠି ଜନିତ ସମସ୍ୟା ନେଇ ୨୦୨୦ ଟି-୨୦ ୱାର୍ଲ୍ଡକପ୍‌ରୁ ଟିମ୍‌ ଇଣ୍ଡିଆରେ ନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ