Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପପୁଷ୍ଟି ପ୍ରସଙ୍ଗ ନେଇ କମ୍ପିଲା ଗୃହ; ବିରୋଧୀ ଶାସକ ମୁହାଁମୁହିଁ

ଭୁବନେଶ୍ୱର: ଅପପୁଷ୍ଟି ପ୍ରସଙ୍ଗ ନେଇ କମ୍ପିଲା ଗୃହ। ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ବିଧାନସଭାରେ କଳିଙ୍ଗନଗର ଅପପୃଷ୍ଟି ପ୍ରସଙ୍ଗ ଉଠାଇବା ପରେ ଏହାର ଜବାବ ରଖିଥିଲେ ଶାସକ ଦଳ ବିଧାୟକ ଅମର ଶତପଥୀ।ଜୟନାରାୟଣ ମିଶ୍ର ବିଧାନସଭା ଶୂନ୍ୟକାଳରେ ଅପପୁଷ୍ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଓଡି଼ଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତା ଏବଂ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କ’ଣ ଓଡି଼ଶାର ବିକାଶ ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ ଜୟନାରାୟଣ ।

ବିରୋଧୀ ଦଳ ନେତା ଅପପୁଷ୍ଟି ପ୍ରସଙ୍ଗ ଉଠାଉ କହିଥିଲେ, ନଗଡ଼ା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି । କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡି଼ଶାରେ ଏଭଳି ଅନେକ ପରିସ୍ଥିତି ଦେଖିବାକୁ ମିଳିଛି। ଏଇଟା କ’ଣ ମୋ ସରକାର ? ଏଇଟା କ’ଣ 5-T ? ଏହା କ’ଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ଦାବି କରିଥିଲେ।

ଏହାର ଜବାବ ଦେଇ ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ,ବିରୋଧୀ ରାଜ୍ୟକୁ ବଦନାମ କରୁଛନ୍ତି । ନଗଡାର ସ୍ଥିତି ଏବେ ବଦଳି ଗଲାଣି । ବିରୋଧୀ ଦଳ ନେତା ନିଜେ ଯାଇ ଦେଖି ଆସନ୍ତୁ ବୋଲି କହିଛନ୍ତି କହିଥିଲେ ଅମର ଶତପଥୀ । ସେବର ନଗଡା ଏବଂ ଏବର ନଗଡା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ନଗଡାକୁ ସରକାର କିପରି ନୂଆ ରୂପ ଦେଇଛନ୍ତି ସେ ଦୃଶ୍ୟ ବିରୋଧୀ ଦଳ ଥରେ ସେଠାକୁ ଯାଇ ଦେଖିଆସନ୍ତୁ ବୋଲି କହିଛନ୍ତି ଅମର ଶତପଥୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ