Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନର୍ଲାଠାରେ ବ୍ଲକ ଅଧ୍ୟାକ୍ଷl ମନୋରମା ମହାନ୍ତିଙ୍କ ଦ୍ୱାରା ନର୍ସିଂ କଲେଜ ଲୋକାର୍ପିତ

କଳାହାଣ୍ଡି, ୧୮/୧୨ (ଜଗନ୍ନାଥ ନାଏକ) : ନର୍ଲା ବ୍ଲକ ସର୍ଗିଗୁଡା ଠାରେ ଗୁରୁକୂଳ କଲେଜ ଅଫ୍ ନର୍ସିଂ ଏଣ୍ଡ ପାରାମେଡିକାଲ ସାଇନ୍ସ ଉଦଘାଟିତ ହୋଇଯାଇଛି। ଏଥିରେ ମହିଳା ସ୍ବାସ୍ଥ୍ୟ କର୍ମୀ (ଏଏନଏମ) ୬୦ ଗୋଟି ସିଟ୍ ଓ ଷ୍ଟାଫ୍ ନର୍ସ (ଜିଏନଏମ୍) ୬୦ ସିଟ୍ ରହିଛି। ଏହି କଲେଜର ଛାତ୍ରୀମାନେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ପ୍ରାକ୍ଟିକାଲ ଓ କ୍ଲିନିକାଲ ଟ୍ରେନିଂ ନେବାର ସୁବିଧା ରହିଛି। ସଂସ୍ଥାର ନିର୍ଦ୍ଦେଶକ ରଶ୍ମୀରଂଜନ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦେଇ ନର୍ସିଂ କଲେଜର ଶୁଭ ଉଦଘାଟନ କରିଥିଲେ। ଜୟଦୁର୍ଗା ଉଚ୍ଚବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତଥା ଯୁବ ବିଜ୍ଞାନୀ ସନ୍ତୋଷ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ମୋଟିଭେସନାଲ ସ୍ପିକର ସୋମ ରାୟ ପରିଚାଳନା କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପରିଡା, ବିଷ୍ଣୁ ଗହୀର, ଚିରଞ୍ଜିବି ଗୌଡ଼ିଆ, ବିଜୟ ବୁଦ୍ଧିଆ,ମହେଶ ଚାନ୍ଦ ସହ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିବାବେଳେ l ଶେଷରେ ଆଶିଷ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କଲେଜ ଲୋକାର୍ପିତ ହେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଉତ୍ସାହିତ ଥିବା ଜଣାପଡିଛି l