Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରଫ ହେବେ ଅଭିନେତ୍ରୀ ଅମିଷା ପଟେଲ!; ୱାରେଣ୍ଟ ଜାରି

ରାଞ୍ଚି: ଅଡୁଆରେ ଅଭିନେତ୍ରୀ ଅମିଷା ପଟେଲ। ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ଜାରି ହୋଇଛି ଗିରଫ ୱାରେଣ୍ଟ। ଠକେଇ ଓ ଚେକ୍ ବାଉନ୍ସ ମାମଲାରେ ଏହି ୱାରେଣ୍ଟ ଜାରି ହୋଇଛି। ସୂଚନା ଅନୁଯାୟୀ ରାଞ୍ଚିର ଏକ ସିଭିଲ କୋର୍ଟ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଲଙ୍କ ବିରୋଧରେ ଠକେଇ ଓ ଚେକ୍ ବାଉନ୍ସ ମାମଲାରେ ୱାରେଣ୍ଟ ଜାରି କରିଛନ୍ତି।

ଅମିଷା ଓ ତାଙ୍କ ପାର୍ଟରନଙ୍କ ବିରୋଧରେ ଝାଡ଼ଖଣ୍ଡର ଫିଲ୍ମ ନିର୍ଦ୍ଦେଶକ ଅଜୟ କୁମାର ସିଂହ ମାମଲା ରୁଜୁ କରିଛନ୍ତି। ଏନେଇ କୋର୍ଟ ଅମିଷାଙ୍କୁ ଅନେକବାର ନୋଟିସ୍‌ ମଧ୍ୟ ପଠାଇଛନ୍ତି। ନିଜ ପକ୍ଷ ରଖିବାକୁ ମଧ୍ୟ କହିଥିଲେ। ହେଲେ ଏ ସମ୍ପର୍କରେ ଅମିଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏହାପରେ କୋର୍ଟ ଗୁରୁବାର ଅମିଷା ଓ ତାଙ୍କ ପାର୍ଟନରଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ଏପ୍ରିଲ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଅନୁସାରେ, ରାଞ୍ଚି ଜିଲ୍ଲା ହରମୁର ଅଜୟ କୁମାର ସିଂହଙ୍କୁ ଅମିଷା ‘ଦେଶି ମ୍ୟାଜି’କ୍ ନାଁରେ ଏକ ଫିଲ୍ମ ନିର୍ମାଣରେ ଟଙ୍କା ନିବେଶ କରିବାକୁ କହିଥିଲେ। ଏହାପରେ ଅଜୟ ଫିଲ୍ମ ନିର୍ମାଣ ଓ ଏହାର ପ୍ରମୋସନ ପାଇଁ ୨.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ୨୦୧୩ରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଫିଲ୍ମ ଏପର୍ଯ୍ୟନ୍ତ ପୂରା ହୋଇପାରିଲା ନାହିଁ। ଏଥିପାଇଁ ଅଜୟ ବର୍ତ୍ତମାନ ତାଙ୍କ ପଇସା ସୁଧ ସହିତ ଫେରସ୍ତ ଚାହୁଁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ