Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଲିଉଡ ସୁପରଷ୍ଟାର ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ: ପୁଣି ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ। ଏପ୍ରିଲ ୩୦ ତାରିଖ ସୁଧା ସଲମାନଙ୍କୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି। ଗତକାଲି ରାତିରେ ଆସିଛି ଏଭଳି ଧମକପୂର୍ଣ୍ଣ କଲ୍‌। କାଲି ରାତି ୯ଟା ବେଳେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ୍ ରୁମ୍‌କୁ ଏଭଳି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ପ୍ରଥମେ କଲ୍ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲା। ହେଲେ ଖୋଳତାଡ ପରେ ଏବେ ପୁଲିସ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପତ୍ତା ଲଗାଇଛି।

କଲ୍ କରି ଧମକ ଦେଇଥିବା ବ୍ୟକ୍ତି ପରେ ନିଜକୁ ଯୋଧପୁର ଗୋରକ୍ଷକ ରକି ଭାଇ ବୋଲ ପରିଚୟ ଦେଇଛି। ୨୦୨୩ ଏପ୍ରିଲ ୩୦ ତାରିଖ ସୁଧା ସେ ସଲ୍‌ମାନଙ୍କୁ ହତ୍ୟା କରିଦେବ ବୋଲି ଧମକ ଦେଇଛି। ଏହି ଧମକ ପାଇବା ପରେ ମୁମ୍ବାଇ ପୁଲିସ ରକିକୁ ଧରିବାକୁ ଅଭିଯାନ ଆରମ୍ଭ କରିଥିଲା।

ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଅନେକବାର ହତ୍ୟାଧମକ ଆସିଛି। ଏହି ଅଭିଯୋଗରେ ପୁଲିସ ଗତ ମାସରେ ଜଣଙ୍କୁ ଗିରଫ ବି କରିଥିଲା।ନିକଟରେ ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣିଥରେ ସଲ୍‌ମାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲା।